ଅପରାଜିତଙ୍କ ଗୁମର ଖୋଲିବେ ମନ୍ମଥ !

ଅପରାଜିତଙ୍କ ଗୁମର ଖୋଲିବେ ମନ୍ମଥ !

24 ବର୍ଷର ବିଜେଡି ସରକାର ଭାଙ୍ଗିବା ପରେ ବେଶ ସକ୍ରିୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପରାଜୟ ପରଠାରୁ ହିଁ ନିଜ ଦଳର ନବକଳେବର କରୁଛନ୍ତି ନବୀନ ବାବୁ । ତେବେ ଏହି ନବକଳେବରରେ ସ୍ଥାନ ପାଇଛନ୍ତି ମନ୍ମଥ ରାଉତରାୟ । ବିଜେଡି ସୁପ୍ରିମୋ ଗଠନ କରିଥିବା ନୂଆ ମିଡିଆ ଟିମରେ ମନ୍ମଥଙ୍କୁ ସ୍ଥାନ ମିଳିଛି । ନିର୍ବାଚନ ପରେ ପରାଜୟ ସ୍ୱୀକାର କରିଥିବା ମନ୍ମଥଙ୍କ ରାଜନୈତିକ ଗତି ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା ଏବଂ ସେ ଗଣମାଧ୍ୟମ ସାମ୍ନାକୁ ମଧ୍ୟ ଆସୁନଥିଲେ । କିନ୍ତୁ ବର୍ତ୍ତମାନ ବିଜେଡି ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ୱ ଦେଲେ ତାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନିକଟରେ ନବୀନ ନିବାସରେ ସୁର ରାଉତରାୟ ଓ ମନ୍ମଥ ରାଉତରାୟ ଉଭୟ ନବୀନ ବାବୁଙ୍କୁ ଭେଟିଥିଲେ । ଏହାପରେ ପରେ ମନ୍ମଥଙ୍କୁ ବିଜେଡିର ୧୬ ଜଣିଆ ନୂଆ ମିଡିଆ ଟିମ୍ ଘୋଷଣା କରି ମନ୍ମଥଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ନିର୍ବାଚନ ପରେ ଯେଉଁ ନେତାମାନେ ପଛରେ ରହିଯାଇଥିଲେ ଏବେ ସେମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ତେବେ ଯେଉଁ ଅପରାଜିତାଙ୍କ ଠାରୁ ହାର ମାନିଥିଲେ ମନ୍ମଥ ସେହି ଅପରାଜିତାଙ୍କୁ ପାଣି ପିଆଇବା ପାଇଁ ଭିତରେ ଭିତରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲେଣି । ନିର୍ବାଚନର ପରାଜୟ ପରେ ଚୁପ ବସିଥିବା ମନ୍ମଥଙ୍କୁ ଦାୟିତ୍ୱ ମିଳିବା ପରେ ମଇଦାନକୁ ଓହ୍ଲାଇ ଶାସକ ଦଳକୁ ଘେରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ମ୍ୟାଡାମ ଅପରାଜିତାଙ୍କ ରାସ୍ତାରେ ଏବେ କଣ୍ଟା ସାଜିବେ ବିରୋଧି ମନ୍ମଥ ରାଉତରାୟ । ରାଜନୀତିରେ କମ ଅଭିଜ୍ଞତା ଥିଲେ ସୁଦ୍ଧା ନିର୍ବାଚନ ଲଢିବାର ସୁଯୋଗ ପାଇଥିଲେ ଏବଂ ମ୍ୟାଡାମ ଅପରାଜିତାଙ୍କ ଲୋକପ୍ରିୟତା ଆଗରେ ଫେଲ ମାରିଯାଇଥିଲା ମନ୍ମଥଙ୍କ ଷ୍ଟାଟ୍ରେଜି । ସାଂସଦ ଭାବେ ଅପରାଜିତା କରୁଥିବା କାମ ଉପରେ ନଜର ରଖିବେ ମନ୍ମଥ ରାଉତରାୟ । ନିର୍ବାଚନ ସମୟରେ ଦୁଇ ପ୍ରତିଦ୍ୱନ୍ଦୀ ଥିବା ଅପରାଜିତା ଓ ମନ୍ମଥଙ୍କ ଭିତରେ ଏବେ ହେବ ଅସଲ ଲଢେଇ । ତେବେ ଦେଖିବାକୁ ବାକି ରହିଲା କେବେ ଶାସକ ଦଳକୁ ଘେରିବା ପାଇଁ ପାଇଲଟଙ୍କୁ ମିଳିଥିବା ଦାୟିତ୍ୱକୁ ସୂଚାରୁରୂପେ ସଂପାଦନ କରିବେ ।

author

Related Articles

Leave a Reply

Your email address will not be published. Required fields are marked *