ଅପରାଜିତାଙ୍କ ବିରୁଦ୍ଧରେ ଦଳରେ ଚାଲିଛି କି କିଛି ସିକ୍ରେଟ ପ୍ଲାନ ?

ଅପରାଜିତାଙ୍କ ବିରୁଦ୍ଧରେ ଦଳରେ ଚାଲିଛି କି କିଛି ସିକ୍ରେଟ ପ୍ଲାନ ?

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ଏବେ ରାଜନୀତିରେ ଚାଲିଛି । ଅପରାଜିତାଙ୍କ ସହେଯାଗୀଙ୍କୁ ଦଳରୁ ଆଉଟ କରିବା ପରେ ଏଭଳି ନାନା ଆଲୋଚନା ମୁଣ୍ଡ ଟେକୁଛି । ତେବେ ନିକଟରେ ବିଜେପିରେ ଏକ ଦଳୀୟ କାର‌୍ୟ୍ୟକ୍ରମରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ଅପରାଜିତାଙ୍କ କିଛି ଖାସ ଲୋକ ସାମିଲ ମଧ୍ୟ ରହିଥିଲେ । ଆଉ ଏମାନଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯାଇ ଦଳ ବିରୋଧୀ କାର‌୍ୟ୍ୟ ଦର୍ଶାଇ ଦଳର ସଭାପତି ୫ ଜଣ କର୍ମକର୍ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ ମଲ୍ଲିକ ଏବଂ କାର‌୍ୟ୍ୟକର୍ତ୍ତା ଧନେଶ୍ୱର ବାରିକ ରହିଥିଲେ । କିନ୍ତୁ ନିଲମ୍ବିତ ହେବା ପରେ ମଧ୍ୟ ଏମାନଙ୍କୁ ଏବେ ଦଳୀୟ କାଯ୍ୟକ୍ରମରେ ଦେଖିବାକୁ ମିଳିଛିା ଆଉ ତାହା ମଧ୍ୟ ଖୋଦ ଭୁବନେଶ୍ୱର ସାଂସଦଙ୍କ କାଯ୍ୟକ୍ରମରେ । ସୋମବାର ଖୋର୍ଦ୍ଧାରେ ଆୟୋଜିତ ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ କାର‌୍ୟ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ସାମିଲ ହୋଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ସହ ବିଜେପିରୁ ନିଲମ୍ବିତ ହୋଇଥିବା ୨ ନେତା ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ବିଜେପିର ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ , ସମ୍ପାଦକ ବିଦ୍ୟୁତ କାଣ୍ଡି ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଗୋଟିଏ ମଞ୍ଜରେ ଥିଲୋ ଯାହାକୁ ନେଇ ନାନା ପ୍ରଶ୍ନ ମଧ୍ୟ ଉଠିଛି । ନିଲମ୍ବନ ସତ୍ୱେ ଏମାନେ କିପରି ଦଳୀୟ କାର‌୍ୟ୍ୟକ୍ରମରେ ସାମିଲ ହେଲେ ଏବଂ ଖୋଦ ଅପରାଜିତା କିପରି ଏମାନଙ୍କୁ ମଞ୍ଚରେ ଉପସ୍ଥିତ ରହିବାକୁ କହିଥିଲେ ତାହା କନଫ୍ୟୁଜନ ସୃଷ୍ଟି କରିଛି ।ଏବଂ ଅପରାଜିତା ଦଳର ସଭାପତିଙ୍କ ବିରୁଦ୍ଧରେ ଥିବା ଏବଂ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉନଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏହାର କାରଣ ଅପରାଜିତାଙ୍କୁ କିଛି ବଡ ପଦବୀ ନମିଳିବା ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ତେବେ ଦେଖାଯାଉ ଆଗକୁ ବିଜେପିର ଗୋଷ୍ଠୀ କନ୍ଦଳ କେଉଁ ରୂପ ନେଉଛି ଏବଂ ମୋହନ ମାଝୀ ଏହାକୁ ନେଇ କଣ ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *