ଅପରାଜିତାଙ୍କ ମାନଭଞ୍ଜନ କଲେ ମୋଦି !

ଅପରାଜିତାଙ୍କ ମାନଭଞ୍ଜନ କଲେ ମୋଦି !

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିଲା ଖୁସି ଖବର । ଜାତୀୟ ସ୍ତରରେ ଅପରାଜିତାଙ୍କୁ ଗୁରୁ ଦାୟିତ୍ୱ ଦେଲା ଦଳ । ହଁ ଆଜ୍ଞା, ନାଖୁସ ଅପରାଜିତାଙ୍କୁ ଖୁସି କରିଛି ଭାରତୀୟ ଜନତା ପାର୍ଟୀ । ନିବାଚନରେ ଜିତିବା ପରେ ଅପରାଜିତାଙ୍କୁ କିଛି ନା କିଛି ବଡ ଦାୟିତ୍ୱ ମିଳିବା ନେଇ ଆଲୋଚନା ଚାଲିଥିଲା । ଏପରିକି ଖୋଦ ଅପରାଜିତା ମଧ୍ୟ ଜାତୀୟ ସ୍ତରରେ କିଛି ଦାୟିତ୍ୱ ନିଭେଇବା ପାଇଁ ଆଶାବାଦି ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ନା ତାଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଲା ନା ରାଜ୍ୟରେ ସେଭଳି କିଛି ବଡ ପୋଷ୍ଟ ମିଳିଲା । ଯେଉଁ କାରଣ ପାଇଁ ସେ ଦଳ ଠାରୁ ନିଜକୁ ଦୂରରେ ରଖିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବା ପରଠାର ୁ ସେ ଆଉ କୌଣସି ଦଳୀୟ କାଯ୍ୟକ୍ରମରେ ନଜର ଆସୁନଥିଲେ । ଯାହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଉପରେ ଖପ୍ପା ରହିବା ସହ ନିଜ ଦଳୀୟ ନେତାଙ୍କ ଉପରେ ମଧ୍ୟ ଅସନ୍ତୋଷ ଥିବା କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ଏବେ ତାଙ୍କ ମାନଭଞ୍ଜନ ହୋଇଥିବା ସୂଚନା ମିଳିଛି । ବିଜେପି ବିଭିନ୍ନ ରାଜ୍ୟର ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ଦଳ ଅପରାଜିତାଙ୍କୁ ମଧ୍ୟ ଦୃଷ୍ଟିକୁ ନେଇଛି । ଏବଂ ତାଙ୍କୁ ଜାତୀୟ ସ୍ତରରେ ନୂଆ ଦାୟିତ୍ୱ ସହ କେରଳର ସହପ୍ରଭାରୀ ଭାବେ ନିଯୁକ୍ତ କରିଥିବା ସୂଚନା ମିଳିଛି । ଯାହାକୁ ନେଇ ଅପରାଜିତା ମଧ୍ୟ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି । ତେବେ ଅପରାଜିତାଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ଦଳ ଏକ ଗୁରୁତ୍ୱପୂଣ୍ଣ ଦାୟିତ୍ୱ ହସ୍ତାନ୍ତର କରିଛି । ଦଳ ତାଙ୍କୁ ଉତ୍ତରପୂବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ କରାଯାଇଛି । ତେବେ ଉଭୟ ନେତାଙ୍କର ନିବାଚନରେ ଭୂମିକା ବେଶ ଗୁରୁତ୍ୱପୂଣ୍ଣ ରହିଥିବା ବେଳେ ଉଭୟଙ୍କୁ ମୋଦି କିଛି ନା କିଛି ଗୁରୁତ୍ୱପୂଣ୍ଣ ଦାୟିତ୍ୱ ଦେବେ ବୋଲି ଆଶଙ୍କା ରହିଥିଲା । ଆଉ ଏବେ ସେପରି ଦାୟିତ୍ୱ ସେମାନଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି । ।

author

Related Articles

Leave a Reply

Your email address will not be published. Required fields are marked *