ଅପରାଜିତାଙ୍କ ସାହାରା ସାଜିଛନ୍ତି ପ୍ରଶାନ୍ତ ଜଗଦେବ !

ଅପରାଜିତାଙ୍କ ସାହାରା ସାଜିଛନ୍ତି ପ୍ରଶାନ୍ତ ଜଗଦେବ !

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏବେ ରାଜ୍ୟ ରାଜନୀତିର ମାହୋଲ ଉଷ୍ମ ହୋଇଛି । ବିଜେପିରେ ଅପରାଜିତା କୋଣଠେସା ହେଉଥିବା ଚର୍ଚ୍ଚା ହେବା ସହ ସେ ବିଜେଡି ଆଡକୁ ଢଳୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅପରାଜିତା ଦଳରେ ଥାଇ ବି ଏକଲା ଚଲୋ ନୀତି ଆପଣେଇଥିବା ବେଳେ ଦଳୀୟ ନେତା ମଧ୍ୟ ତାଙ୍କୁ ବିରୋଧ କରୁଥିବା ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ ଏତେ ସବୁ ପରେ ବି ଅପରାଜିତା ଏକା ପଡିନାହାନ୍ତି । ଅପରାଜିତାଙ୍କ ଛାଇ ଭଳି ତାଙ୍କ ସାଥିରେ ସବୁ ସମୟରେ ଛିଡା ହେଉଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ । କୌଣସି ଦଳ ଭିତ୍ତିକ କାର୍ଯ୍ୟକ୍ରମ ହେଉ ବା କୌଣସି ଉଦଘାଟନ ବା ଘରୋଇ ଫଙ୍କସନ ସବୁଠି ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି । ଯାହାକୁ ନେଇ ଅନେକ ଥର ଉଭୟଙ୍କୁ ନେଇ ନାନା ଆଲୋଚନା ମୁଣ୍ଡ ଟେକିଥାଏ । କିନ୍ତୁ ଏ ସବୁକୁ ଖାତିର ନକରି ଉଭୟ ସବୁ ପରିସ୍ଥିତିରେ ଉଭୟଙ୍କ ପାଇଁ ଛିଡା ହେଉଛନ୍ତି । ଯାହାର ଉଦାହରଣ ପ୍ରଶାନ୍ତଙ୍କ ନାଁରେ ଇଭିଏମ ମେସିନ ଭାଙ୍ଗିବା ଏବଂ ଉତ୍ତେଜନା ସୃଷ୍ଟି ହୋଇଥିବା ଘଟଣାରୁ ସ୍ପଷ୍ଟ ହୋଇପଡିଛି । କିପରି ଅପରାଜିତା ଲାଗିପଡି ପ୍ରଶାନ୍ତଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଥିଲେ ସେଥିରୁ ହିଁ ଉଭୟଙ୍କ ବନ୍ଧୁତା କେତେ ନିବିଡ ତାହା ପ୍ରମାଣିତ ହୋଇଥିଲା । ଆଉ ଏବେ ଦଳରେ ଅପରାଜିତା ଏକୁଟିଆ ହୋଇଯାଇଥିବା ବେଳେ ପ୍ରଶାନ୍ତ ମଧ୍ୟ ତାଙ୍କ ହାତ ଛାଡିନାହାନ୍ତି । ଅପରାଜିତାଙ୍କୁ ବିରୁଦ୍ଧରେ ଦଳୀୟ ନେତା ଯୋଜନା ଚଳାଇଥିବା ବେଳେ ଅପରାଜିତାଙ୍କ ସହ ଛିଡା ହେଉଛନ୍ତି ପ୍ରଶାନ୍ତ । ଆଉ ପ୍ରଶାନ୍ତଙ୍କ ବଳରେ ହିଁ ଅପରାଜିତା ଆଗେଇ ଚାଲିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ପ୍ରଶାନ୍ତ ଜଗଦ୍ଦେବ ବିଜେପିକୁ ଆସିବ ପଛରେ ବି ଅପରାଜିତାଙ୍କ ହାତ ଥିବା କୁହାଯାଉଥିଲା । ଏବଂ ଯେବେଠାରୁ ସେ ବିଜେପିକୁ ଆସିଛନ୍ତି ସେବେଠାରୁ ହିଁ ସେ ଅପରାଜିତାଙ୍କ ପାଖେ ପାଖେ ନଜର ଆସିଛନ୍ତି । ଏପରିକି ଖୋଦ ପ୍ରଶାନ୍ତ ନିର୍ବାଚନ ପାଇଁ ଟିକେଟ ଆଶାୟୀ ନଥିଲେ ବି ଅପରାଜିତା ତାଙ୍କୁ ଟିକେଟ ଦେବା ପାଇଁ ପ୍ରସ୍ତାବ ରଖିଥିଲେ । ଯେଉଁ କାରଣରୁ ଜଣେ ଦଳୀୟ ନେତା ବିଜେପି ମଧ୍ୟ ଛାଡିଥିଲେ । ଏବଂ ଶେଷରେ ଅପରାଜିତାଙ୍କ କଥାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦିଆଯାଇ ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଆଉ ଏବେ କ୍ଷମତାକୁ ଆସିବା ପରେ ସବୁଠି ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି । ତେବେ ଦେଖାଯାଉ ଆଗକୁ ଅପରାଜିତାଙ୍କ ବିରୁଦ୍ଧରେ ଦଳ କେଉଁ ପ୍ଲାନ କରୁଛି ଏବଂ ପ୍ରଶାନ୍ତଙ୍କ ସହାୟତାରେ ଅପରାଜିତା ଏହାକୁ କିପରି ସାମ୍ନା କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *