ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କର ତିନିମାସିକ ମୁଦ୍ରାନୀତି ସମୀକ୍ଷା ଆରମ୍ଭ ହୋଇଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୬ଦଶମିକ ୫୦ ପ୍ରତିଶତରେ ରେପୋ ସ୍ଥିର ରହିଲା ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ । ଘର ଓ ଗାଡ଼ି ଋଣ ମହଙ୍ଗା ହେବନାହିଁ । ଡାଲି, ତୈଳପଦାର୍ଥ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମୁଦ୍ରସ୍ଫୀତିର କାରଣ ହେବାର ଆଶଙ୍କା ଥିବାରୁ ରିଜର୍ଭ ବ୍ୟାଙ୍କ୍ ମୁଦ୍ରସ୍ଫୀତିଜନିତ ଚାପ ନିୟନ୍ତ୍ରଣ କରିବାକୁ ଅର୍ଥ ଯୋଗାଣ ହ୍ରାସ ଉପରେ ଧ୍ୟାନ ଦେଇଛି । ବିଶ୍ୱ ଅର୍ଥନୀତି ଏବେ ମଧ୍ୟ ମାନ୍ଦା ଅବସ୍ଥାରେ ରହିଛି ବୋଲି ସେ କହିଛନ୍ତି ଏବଂ ଖରିଫ ଫସଲ ଉତ୍ପାଦନ ହ୍ରାସ ପାଇବାରୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଛି ।
You can share this post!
author
Related Articles
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
ତାମିଲନାଡୁ ରାଜନୀତିରେ କମ୍ପନ…
- February 9, 2026
ଓକିଲ ବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
- February 4, 2026
