ଅପରେସନ-ବି ସୁଡଙ୍ଗରୁ ଉଦ୍ଧାର ପାଇଁ ଚାଲିଛି ପାହାଡ ଉପରୁ ଡ୍ରିଲିଂ

ଅପରେସନ-ବି ସୁଡଙ୍ଗରୁ ଉଦ୍ଧାର ପାଇଁ ଚାଲିଛି ପାହାଡ ଉପରୁ ଡ୍ରିଲିଂ

ଉତ୍ତରାକାଶୀ ଆରମ୍ଭ ହେଲାଣି ଉଦ୍ଧାରକାର୍ଯ୍ୟ । ଅଗର ମେସିନ ଖରାପ ହେବା ପରେ ଅପରେସନରେ ପ୍ଲାନ-ବିକୁ କାର୍ଯ୍ୟକାରୀ କରିଛନ୍ତି ଉଦ୍ଧାରକାରୀ ଦଳ । ପାହାଡର ଉପରୁ ଏବେ ଆରମ୍ଭ ହେବ ଭର୍ଟିକାଲ ଡ୍ରିଲିଂ । ଏବେ ସୁଦ୍ଧା ୨୦ ମିଟର ଡ୍ରିଲିଂ ହୋଇଛି। ରେସକ୍ୟୁ ରୁଟ୍ ପ୍ରସ୍ତୁତ ପାଇଁ ୭୦୦ ମିମି ଚଉଡ଼ା ପାଇପ୍ ପ୍ରବେଶ କରାଯାଉଛି । ଏନଏଚଆଇଡିସିଏଲ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ଅହମ୍ମଦ କହିଛନ୍ତି, ଯଦି ଆଗକୁ କୌଣସି ବାଧା ନଉପୁଜେ ତେବେ ଭର୍ଟିକାଲ ଡ୍ରିଲିଂ ଗୁରୁବାର ସୁଦ୍ଧା ଶେଷ ହୋଇଯିବ । ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ଏହା ମଧ୍ୟରେ ୧୫ ଦିନ ବିତିଛି ।
ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ଦିଗରୁ ଉଦ୍ୟମ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ । ଖନନ ପାଇଁ ଦୁଇ ତିନିଟି ବିକଳ୍ପକୁ ଗ୍ରହଣ କରାଯାଇଛି। ଫସିରହିଥିବା ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟାବସ୍ଥା ଯେପରି ଠିକ ରହିବ ତା ଉପରେ ଗୁରୁତ୍ବ ଦିଆଯାଉଛି। ସେମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ୟ,ପାନୀୟ, ଔଷଧ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ୬ଟି ପଦ୍ଧତି ଗ୍ରହଣ କରାଯାଉଛି। ଟନେଲ ମଧ୍ୟରେ ମାନୁଆଲ ଡ୍ରିଲିଂ ପାଇଁ ଭାରତୀୟ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେପଟେ ଟନେଲ ମଧ୍ୟରେ ଧାତବ ଅଂଶରେ ପିଟି ହୋଇ ଭାଙ୍ଗି ଯାଇଥିବା ଅଗର ମେସିନକୁ ପ୍ଲାଜମା କଟରରେ କଟାଯାଇ ବାହାର କରାଯାଉଛି। ଏହାକୁ ସମ୍ପୂର୍ଣ୍ଣ ସଫା କରାଯିବା ପରେ ମାନୁଆଲ ଡ୍ରିଲିଂ କାମ ଆରମ୍ଭ କରିବ ସେନା। ହାତରେ ଟନେଲ ଖନନ କରାଯାଇ ପାଇପକୁ ପ୍ରବେଶ କରାଯିବ।

author

Related Articles

Leave a Reply

Your email address will not be published. Required fields are marked *