ଅପେକ୍ଷାର ଘଟିବ ଅନ୍ତ, ଆଉ କିଛି ଘଣ୍ଟା ପରେ ସୁଡଙ୍ଗରୁ ବାହାରିବେ ଶ୍ରମିକ

ଅପେକ୍ଷାର ଘଟିବ ଅନ୍ତ, ଆଉ କିଛି ଘଣ୍ଟା ପରେ ସୁଡଙ୍ଗରୁ ବାହାରିବେ ଶ୍ରମିକ

ଦୀର୍ଘ 13 ଦିନର ଘଟିବାକୁ ଯାଉଛି ଅନ୍ତ । ଆଉ କିଛି ଘଣ୍ଟା ମଧ୍ୟରେ ବାହାରି ପାରନ୍ତି ଶ୍ରମିକ । ବାକି ଥିବା ଡ୍ରିଲିଂ ଖୁବ୍ ଶୀଘ୍ର ଶେଷ ହେବା ଆଶା କରାଯାଉଥିବା କହିଛନ୍ତି ଉତ୍ତରାଖଣ୍ଡ ସଡ଼କ ପରିବହନ ବିଭାଗର ଅତିରିକ୍ତ ସଚିବ ମହମୁଦ ଅହମଦ । ବାକି ଥିବା ଆଉ କିଛି ମିଟରରେ କୌଣସି ବାଧା ଆସିନପାରେ ବୋଲି ଆଶା କରାଯାଉଥିବା କହିଛନ୍ତି ।

ଅଗର ମେସିନରେ ପୁଣି ଥରେ କାମ ଆରମ୍ଭ ହୋଇଛି ଏବଂ ଦୁଇ ଘଂଟାରେ ଡ୍ରିଲିଂ ସରିବା ଆଶା କରାଯାଉଛି । ତେବେ ଡ୍ରିଲିଂ ସରିଲେ ୨ଟି ୬ମିଟର ଲମ୍ବା ପାଇପ ଭିତରକୁ କରାଯିବ । ଏହାପରେ ଶ୍ରମିକଙ୍କୁ ସେଠାରୁ ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି । ଖୁବଶୀଘ୍ର ଶ୍ରମିକ ମାନେ ସୁରକ୍ଷିତ ଭାବେ ବାହାରି ଆସିବେ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *