ଅଫିସରେ ହେଡ଼ଫୋନ ବ୍ୟବହାର ମନା

ଅଫିସରେ ହେଡ଼ଫୋନ ବ୍ୟବହାର ମନା

ନୂଆଦିଲ୍ଲୀ:

ପ୍ରତ୍ୟେକ ଅଫିସର ସ୍ୱତନ୍ତ୍ର ନୀତି ନିୟମ ଥାଏ ଏବଂ କର୍ମଚାରୀ ମାନେ ତାହାକୁ ମାନି କାମ କରନ୍ତି | ଏହି କ୍ରମରେ ମୁମ୍ବାଇର ଏକ କମ୍ପାନୀରେ କର୍ମଚାରୀଙ୍କୁ ଅଫିସରେ ହେଡ଼ଫୋନ ବ୍ୟବହାର ପାଇଁ ମନା କରାଯାଇଛି | ଉକ୍ତ କମ୍ପାନୀର ଏଚଆର କର୍ମଚାରୀ ମାନଙ୍କୁ କିଛି ଏଭଳି ମେଲ କରିଛନ୍ତି, ‘ଆମେମାନେ ଲକ୍ଷ୍ୟ କରିଛୁ, ଆପଣ ମାନଙ୍କ ମଧ୍ୟରୁ ଅନେକ କାମବେଳେ ହେଡ଼ଫୋନ ବ୍ୟବହାର କରୁଛନ୍ତି | କାମ ସମୟରେ ହେଡ଼ଫୋନ ବ୍ୟବହାର କରିବା ଦ୍ୱାରା ଆପଣମାନେ ଅନ୍ୟମନସ୍କ ରହୁଛନ୍ତି | ଫଳରେ କାର୍ଯ୍ୟ ଉପରେ ତାହାର ପ୍ରଭାବ ପଡୁଛି | ଠିକ ସମୟରେ କାର୍ଯ୍ୟ ସରିପାରୁନାହିଁ |’ ଏସବୁକୁ ଦୃଷ୍ଟିରେ ରଖି ସେ ଅଫିସର ସମସ୍ତଙ୍କ କର୍ମଚାରୀଙ୍କୁ କାମ ସମୟରେ ହେଡ଼ଫୋନ ବ୍ୟବହାର ନ କରିବା ପାଇଁ ତାଗିଦ କରିଛନ୍ତି | ଏହାସହ ଏହି ନିୟମ ବାବଦରେ ଅବଗତ କରାଇବା ପାଇଁ ସେ ସମସ୍ତେ କର୍ମଚାରୀଙ୍କୁ ଇ- ମେଲ କରିଛନ୍ତି | ତେବେ ଏ କମ୍ପାନୀର ନାଁ କ’ଣ ତାହା ଜଣାପଡି ନାହିଁ | ତେବେ ଜଣେ ରେଡ୍ଡିଟ ୟୁଜର ଉକ୍ତ କମ୍ପାନୀ ପଠାଇଥିବା ଇ- ମେଲର ସ୍କ୍ରୀନସର୍ଟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି | ଏହାସହ ସେ ଲେଖିଛନ୍ତି ମୁମ୍ବାଇର ଏଚଆର ଏ ସମ୍ପର୍କରେ ଆପଣମାନେ କ’ଣ ଭାବୁଛନ୍ତି ? ମୁଁ ତ ଏହାକୁ ନେଇ ରାଗରେ ଅଛି |’ ତେବେ କମ୍ପାନୀର ଏଭଳି ଅନୁଶାସନ ଉପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | ତା’ସହ ଏହି ନିଅମକୁ ଅଧିକାଂଶ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି |

author

Related Articles

Leave a Reply

Your email address will not be published. Required fields are marked *