ଅଫେରା ରାଇଜରେ ଡାକ୍ତର ଦାମୋଦର ରାଉତ

ଅଫେରା ରାଇଜରେ ଡାକ୍ତର ଦାମୋଦର ରାଉତ

ଅଫେରା ରାଇଜରେ ଓଡ଼ିଶା ରାଜନୀତିର ମହାଦ୍ରୁମ ଡାକ୍ତର ଦାମୋଦର ରାଉତ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୮୩ ବର୍ଷ ବୟସରେ ସେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି । ଓଡିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ପରିଚିତ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବେ କାର‌୍ୟ୍ୟଭାର ସମ୍ଭାଳିଥିଲେ । ସେ ଓଡିଶା ବିଧାନସଭାରେ ବିଧାୟକ ଭାବେ ୭ଥର କାର‌୍ୟ୍ୟ କରିବାର ସୁଯୋଗ ପାଇଛନ୍ତି । ୧୯୭୯ରୁ ୨୦୧୭ ଯାଏଁ ସେ ବିଭିନ୍ନ ସମୟରେ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଏବେ ଦାମଙ୍କ ସରକାରୀ ବାସ ଭବନରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ରାଜନେତା ଏବଂ ସମ୍ପର୍କୀୟ ଉପସ୍ଥିତ ରହିଛନ୍ତି । ଏଠାରୁ ଦାମଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନ ନିଆଯିବାର ବ୍ୟବସ୍ଥା କରାଯାଉଛି । ସେଠାରୁ କୁଜଙ୍ଗ -ପାରାଦ୍ବୀପ ନିଆଯିବ। ପରେ ଏରସମା ଏବଂ ଏରସମାରୁ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *