ଅବପାତର ରୂପ ନେଲା ସାମ୍ଭାବ୍ୟ ବାତ୍ୟା ‘ରେମଲ୍‌’

ଅବପାତର ରୂପ ନେଲା ସାମ୍ଭାବ୍ୟ ବାତ୍ୟା ‘ରେମଲ୍‌’

ଅବପାତର ରୂପ ନେତା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବାସହ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱଟ କରି ସୂଚନା ଦିଆଯାଇଛି । ତେବେ ସୂଚନା ଅନୁସାରେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରୁଛି। ଅବପାତ ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ଏହି ସମ୍ଭାବ୍ୟ ବାତ୍ୟାର ନାଁ ରହିବ ‘ରେମଲ’। କାଲି ସନ୍ଧ୍ୟା ସୁଦ୍ଧା ଏହା ଏକ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟରାତ୍ରିରେ ଲାଣ୍ଡଫଲ୍ କରିବ ବାତ୍ୟା। ବାଂଲାଦେଶ ଓ ତତସଲଗ୍ନ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସାଗର ଦ୍ୱିପ ଓ ଖେପୁପରା ମଝିରେ ସ୍ଥଳଭାଗ ଛୁଇଁବ।

author

Related Articles

Leave a Reply

Your email address will not be published. Required fields are marked *