ଅଭିଯୁକ୍ତକୁ ଗିରଫ ଦାବିରେ ବିଜେପିର ବିକ୍ଷୋଭ

ଅଭିଯୁକ୍ତକୁ ଗିରଫ ଦାବିରେ ବିଜେପିର ବିକ୍ଷୋଭ

ମଦ ବ୍ୟବସାୟୀଙ୍କର କଳାଧନ ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ବଲାଙ୍ଗୀରରେ ଛଅ ଦିନ ହେବ ଚଢଉ କରିଥିଲା ଆୟକର ବିଭାଗ । ତାହାସହିତ ବ୍ୟାଙ୍କରେ ଟଙ୍କା ଗଣତି ପରେ 450 କୋଟି ଟଙ୍କା ବାହାରିଥିଲା । ଏହା ସହ 60 କେଜିରୁ ଅଧିକ ସୁନା ଜବତ କରିଥିଲା ଆୟକର ବିଭାଗ । ଟଙ୍କା ଗଣତି ପରେ ଏବେ ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ଟିଟଲାଗଡ଼ ପରେ ଆଜି ବଲାଙ୍ଗିରରେ ଲକର ଖୋଲିପାରେ ଆୟକର ବିଭାଗ । ଗତକାଲି ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସଂପତି ସଂପର୍କରେ ପଚରାଉଚରା କରିବା ସହ ବ୍ୟାଙ୍କ ଖାତା ଗୁଡିକ ଯାଞ୍ଚ କରିଥିଲେ । ଏହିସମୟରେ ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାପଡିଛି । ଜବତ ଟଂକା ଗୁଡିକ ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ବୋଲି ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *