ଅମ୍ବାନୀ ପରିବାରକୁ କନ୍ଦାଇଦେଲେ ରାହୁଲ ଗାନ୍ଧି !

ଅମ୍ବାନୀ ପରିବାରକୁ କନ୍ଦାଇଦେଲେ ରାହୁଲ ଗାନ୍ଧି !

ଅମ୍ବାନୀ ପରିବାରକୁ କନ୍ଦାଇଦେଲେ ରାହୁଲ ଗାନ୍ଧି । ପୁଅ ବାହାଘରକୁ ଗାନ୍ଧି ପରିବାରକୁ ନିମନ୍ତ୍ରଣ କରିଥିଲେ ଶିଳ୍ପପତି ମୁକେଶ ଅମ୍ବାନୀ କିନ୍ତୁ ବାହାଘରରେ ସାମିଲ ହେଲେନି ରାହୁଲ ଗାନ୍ଧି । ହଁ ଆଜ୍ଞା, ଜୁଲାଇ ୧୨ ତାରିଖରେ ସରିଯାଇଛି ଅମ୍ବାନୀ ପରିବାରର ଶେଷ ବାହାଘର । ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ କମ୍ପାନୀର ଚେୟାର ମ୍ୟାନ ମୁକେଶ ଅମ୍ବନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ଦେଶ ବିଦେଶରୁ ଅନେକ ବଡ ବଡ ଅତିଥି ସାମିଲ ହୋଇଥିଲେ । ଚର୍ଚ୍ଚିତ ରାଜନେତାଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି, ଶିଳ୍ପପତି ସମସ୍ତେ ଏଥିରେ ଯୋଗ ଦେଇଥିଲେ । ଏବଂ ଏହି ବାହାଘରରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ରିପୋର୍ଟରୁ ଜଣାପଡିଛି । କିନ୍ତୁ ଏହି ବାହାଘରରେ କିଛି ଜଣ ଚର୍ଚ୍ଚିତ ଚେହେରାଙ୍କ ଅନୁପସ୍ଥିତିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଂଗ୍ରେସର ହାଇପ୍ରୋଫାଇଲ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କୁ ମୁକେଶ ଅମ୍ବାନୀ ନିଜ ପୁଅ ବାହାଘରରେ ସାମିଲ ହେବା ନେଇ ନିମନ୍ତ୍ରଣ କରିଥିଲେ । କିନ୍ତୁ ରାହୁଲ ଏହି ବାହାଘର ପାର୍ଟୀରେ ସାମିଲ ହୋଇନଥିଲେ । ନା ତାଙ୍କ ପରିବାରର କେହି ସଦସ୍ୟ ଏହି ବାହାଘରରେ ନଜର ଆସିଥିଲେ । ଏହି ବାହାଘରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ବିଜେପି ନେତା ଏପରିକି ଇଣ୍ଡିଆ ମେଣ୍ଟର ଅନେକ ନେତା ଏଥିରେ ସାମିଲ ହୋଇଥିଲେ । କିନ୍ତୁ ରାହୁଲ ଗାନ୍ଧି ଏଥିରୁ ଦୂରେଇ ରହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ମୁକେଶ ଅମ୍ବାନୀଙ୍କ ଗର୍ବକୁ ରାହୁଲ ଭାଙ୍ଗି ଦେଇଛନ୍ତି । ଏବଂ ଗାନ୍ଧି ପରିବାର କାହା ଆଗରେ ମୁଣ୍ଡ ନୁଆଁଇବନି ବୋଲି ପ୍ରମାଣିତ କରିଛନ୍ତି । ଏହା ସହ ରାହୁଲ ଏହି ବାହାଘରରେ ଯୋଗ ନଦେଇ ଏକ ଗଭୀର ରାଜନୈତିକ ଏବଂ ନୈତିକତାର ବାର୍ତ୍ତା ଦେଉଥିବା ୟୁଜର୍ସମାନେ ମତପ୍ରକାଶ କରୁଛନ୍ତି । ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ତେବେ ପୂବରୁ ମଧ୍ୟ ଗାନ୍ଧି ପରିବାର ଏବଂ ନେହରୁ ପରିବାର କାହା ଆଗରେ ମୁଣ୍ଡ ନୁଆଁଇବାକୁ କିମ୍ବା କୌଣସି ପ୍ରଲୋଭନରେ ଫସିବାକୁ ପସନ୍ଦ କରନ୍ତି ନାହିଁ । ଯାହାକୁ ଆଜି ବି ଗାନ୍ଧୀ ପରିବାରର ପରବର୍ତ୍ତୀ ପିଢି ପାଳନ କରୁଥିବା ନଜର ଆସୁଛି ।

author

Related Articles

Leave a Reply

Your email address will not be published. Required fields are marked *