ଅମ୍ୱାନୀଙ୍କ ଘରେ ପ୍ରିୟଙ୍କାଙ୍କୁ ଅପମାନ !

ଅମ୍ୱାନୀଙ୍କ ଘରେ ପ୍ରିୟଙ୍କାଙ୍କୁ ଅପମାନ !

ଶେଷ ହୋଇଯାଇଛି ଅମ୍ୱାନୀ ପରିବାରର ବିବାହ ଉତ୍ସବ । କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ଅମ୍ୱାନୀ ପରିବାରର ବିବାହ ଉତ୍ସବର କଥା ସୋସିଆଲ ମିଡିଆ ଚର୍ଚ୍ଚାରୁ ଯାଇନାହିଁ । ଅମ୍ୱାନୀ ପରିବାରର ବିବାହ ଉତ୍ସବରେ ବହୁ ନାମୀଦାମୀ ଶିଳ୍ପପତିଙ୍କ ସାଙ୍ଗକୁ ସେଲିବ୍ରେଟିମାନେ ମଧ୍ୟ ସାମିଲ ହୋଇଥିଲେ । ବିବାହ ଉତ୍ସବରେ ସାମିଲ ହୋଇଥିଲେ ବଲିଉଡ କୁଇନ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନସ । କିନ୍ତୁ ଅମ୍ୱାନୀ ପରିବାର ଉତ୍ସବରେ ପ୍ରିୟଙ୍କାଙ୍କୁ ଅପମାନିତ ହେବା ପାଇଁ ପଡିଥିଲା । ପ୍ରିୟଙ୍କାଙ୍କୁ ଅପମାନ କଲେ ଏହି ମହିଳା ଜଣଙ୍କ । ୟୁଏସ ଇନଫ୍ଲୁଏନସର ଜୁଲିଆ ଚେଫ ମଧ୍ୟ ଅନନ୍ତ ଅମ୍ୱାନୀଙ୍କ ବାହାଘରରେ ସାମିଲ ହୋଇଥିଲେ ଏବଂ ସେଠାରେ ଜୁଲିଆଙ୍କ ସହିତ ପ୍ରିୟଙ୍କା ଓ ନିକଙ୍କର ଦେଖା ହୋଇଥିଲା । ଏବଂ ତାଙ୍କ ସହ ଭିଡିଓ କରି ଜୁଲିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଆଉ ସେହି ଭିଡିଓ ପାଇଁ ଜୁଲିଆ ଏବେ ଟ୍ରୋଲିଂର ଶିକାର ହୋଇଛନ୍ତି । ଜୁଲିଆ ଅମ୍ୱାନୀ ପରିବାରର ବିବାହରେ ପ୍ରିୟଙ୍କାଙ୍କ ସ୍ୱାମୀ ନିକଙ୍କର ନିକଟତର ହେବାକୁ ଲାଗିଥିଲେ । ଯାହାକୁ ନେଇ ଜୁଲିଆଙ୍କୁ ତାଙ୍କ ଫ୍ୟାନସମାନେ ଗାଳି କରିଛନ୍ତି । ଏହାପରେ ଜୁଲିଆ ନିଜେ ଭିଡିଓ ଜାରି କରି ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ ମୁଁ ପ୍ରିୟଙ୍କାଙ୍କର ଜଣେ ବଡ ଫ୍ୟାନ ଅଟେ । ମୋର ତାଙ୍କୁ ଅପମାନ କରିବାର ସେମିତି କିଛି ଉଦ୍ଦେଶ୍ୟ ନଥିଲା । ଏହିପରି କରି ପ୍ରିୟଙ୍କା ଏବଂ ନିଜର ଫ୍ୟାନସଙ୍କୁ କ୍ଷମା ମାଗିଛନ୍ତି ଜୁଲିଆ ଚେଫ ।

author

Related Articles

Leave a Reply

Your email address will not be published. Required fields are marked *