ଅଯୋଧ୍ୟାରେ ଜଳିଲା ୨୨ଲକ୍ଷ ଦୀପ

ଅଯୋଧ୍ୟାରେ ଜଳିଲା ୨୨ଲକ୍ଷ ଦୀପ

ନିଜର ଗିନିଜ ବିଶ୍ବ ରେକର୍ଡ ନିଜେ ଭାଙ୍ଗିଲା ଅଯୋଧ୍ୟା। ଦୀପୋତ୍ସବରେ ଜଳିଲା ୨୨ ଲକ୍ଷ ଦୀପ। ମନ୍ଦିର ସହର ଅଯୋଧ୍ୟାର ୫୧ଟି ଘାଟରେ ୨୨ଲକ୍ଷ ୨୩ ହଜାର ମାଟି ଦୀପ ପ୍ରଜ୍ବଳିତ ହେଲା। ଦୀପାବଳିର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟାରେ ଦୀପୋତ୍ସବ ପାଳିତ ହୋଇଛି। ସରଜୁ ନଦୀ ତଟ ମାଟି ଦୀପର ଆଲୋକରେ ଉଦ୍ଭାସିତ ହୋଇ ଉଠିଛି। ୨୦୧୭ରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଦୀପୋତ୍ସବ ଆରମ୍ଭ କରିଥିଲା। ସେହିବର୍ଷ ୫୧ ହଜାର ମାଟିଦୀପ ପ୍ରଜ୍ବଳିତ ହୋଇଥିଲା। ୨୦୧୯ ଦୀପୋତ୍ସବରେ ୪ ଲକ୍ଷ୧୦ ହଜାର ଦୀପ ଜଳିଥିଲା। ୨୦୨୦ରେ ୬ ଲକ୍ଷ ଏବଂ ୨୦୨୧ରେ ୯ଲକ୍ଷ ଦୀପ ପ୍ରଜ୍ବଳିତ ହୋଇଥିଲା। ୨୦୨୨ରେ ଦୀପ ସଂଖ୍ୟା ୧୭ ଲକ୍ଷରେ ପହଞ୍ଚିଥିଲା। ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନୀତ ହୋଇଥିଲା ଅଯୋଧ୍ୟା ଦୀପୋତ୍ସବ। ଏବର୍ଷ ୨୨ ଲକ୍ଷ ୨୩ ହଜାର ଦୀପ ଜଳିଛି। ଦୀପାଲୋକ ସାଂଙ୍ଗକୁ ଆତସବାଜିର ଆଲୋକରେ ଆଲୋକିତ ହୋଇଛି ଅଯୋଧ୍ୟା ଆକାଶ। ଦୀପୋତ୍ସବ ଅବସରରେ ଆଜି ସକାଳେ ବିଭିନ୍ନ ଥିମ୍ ଉପରେ ନିର୍ମିତ ହୋଇଥିବା ୮ଟି ମେଢ଼ ନଗର ପରିକ୍ରମା କରିଥିଲା। ଏଥିରେ ରାମାୟଣ ଠାରୁ ଆରମ୍ଭ କରି ସାମାଜିକ ପ୍ରସଙ୍ଗ ସ୍ଥାନୀତ ହୋଇଥିଲା।

author

Related Articles

Leave a Reply

Your email address will not be published. Required fields are marked *