ଅଯୋଧ୍ୟା ଯିବେନି ବିଜେପି ନେତା, ଶେଷ ମୁହୂର୍ତ୍ତରେ ବାତିଲ କଲେ କାର୍ଯ୍ୟକ୍ରମ

ଅଯୋଧ୍ୟା ଯିବେନି ବିଜେପି ନେତା, ଶେଷ ମୁହୂର୍ତ୍ତରେ ବାତିଲ କଲେ କାର୍ଯ୍ୟକ୍ରମ

ଅଯୋଧ୍ୟା ଯିବେନି ବିଜେପିର ବରିଷ୍ଠ ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ସେ ସାମିଲ ହେବେନି । ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏବେ ଅତ୍ୟଧିକ ଥଣ୍ଡା ପଡୁଥିବା ବେଳେ ପାଗ ବି ଖରାପ ରହୁଛି । ଏହାକୁ ଦୃଷ୍ଟିରେ ରଖି ୯୬ ବର୍ଷୀୟ ଆଡଭାନୀଙ୍କ ଅଯୋଧ୍ୟ ଗସ୍ତକୁ ବାତିଲ କରି ଦିଆଯାଇଛି । ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ କିନ୍ତୁ ତାହାକୁ ବାତିଲ କରି ଦେଇଛନ୍ତି।


ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିବା ବେଳେ ଏଥିନିମନ୍ତେ ସେ ସମ୍ମତି ଜଣାଇଥିଲେ। ଆଡଭାନୀଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ। ୯୬ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ମହଜୁଦ ରହିବେ ବୋଲି କୁହାଯାଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି।

author

Related Articles

Leave a Reply

Your email address will not be published. Required fields are marked *