ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ୍

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ୍


ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ସୁପ୍ରିମୋ ଆଶ୍ୱସ୍ତି । ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି କେଜ୍ରିୱାଲ । ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ କେଜ୍ରିୱାଲଙ୍କୁ ଜାମିନ୍ ମିଳିଥିବା ବେଳେ ସିବିଆଇର ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ । ଆଉ ଏବେ ତାଙ୍କୁ ସୁପ୍ରିମୋ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଉଭୟ ବିଚାରପତି ବିଚାର ପ୍ରଦାନ କରି ତାଙ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପ୍ରଥମେ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା । ଜୁନ ୨୬ରେ ସେ ଇଡି ହେପାଜତରେ ଥିବା ବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଏହା ପରେ ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ଇଡି ସୁପ୍ରିମୋକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଆଉ ଏବେ ସିବିଆଇ ମାମଲାରେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *