ଅରିନ୍ଦମଙ୍କ ପାଇଁ ଏଥର କର ବା ମର ପରିସ୍ଥିତି !

ଅରିନ୍ଦମଙ୍କ ପାଇଁ ଏଥର କର ବା ମର ପରିସ୍ଥିତି !

ଏଥର ସାଲେପୁରରେ ସରକାର ଗଢିପାରିବତ ବିଜେପି ? ହାତ ଶଙ୍ଖ ଗଡରେ ପଦ୍ମ ଫୁଟାଇ ପାରିବେ ତ ଅରିନ୍ଦମ ରାୟ ? ବିଜେପିର ସ୍ୱପ୍ନ ଥିବା ଗଡ ପାଇଁ କଣ ଅରିନ୍ଦମଙ୍କୁ ଅନ୍ଧାରକୁ ଠେଲିଦେଲା କି ଦଳ ? ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। କାରଣ ଟିକେଟ ପାଇଁ ବିଜେଡି ଛାଡି ବିଜେପିକୁ ଯାଇଥିବା ଅରିନ୍ଦମଙ୍କୁ ଟିକେଟ ମିଳିଛି ସତ । ହେଲେ ଯେଉଁ ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି ସେ ଆସନରେ ବିଜେପି କେବେ ବି ସରକାର ଗଢିନି । ୨୦୦୦ ମସିହାରୁ କଟକର ସାଲେପୁର ବିଧାନସଭା ଆସନରେ ବିଜେଡିର ବିଜୟ ପତକା ଉଡିଆସୁଥିଲା । କିନ୍ତୁ ୨୦୧୪ ମସିହାରେ କଂଗ୍ରେସ ସତ୍ତା ପରିବର୍ତ୍ତନ କରି ସେଠାରେ ବିଜେଡିର ବିଜୟ ରାସ୍ତାରେ କଣ୍ଟା ସାଜିଥିଲା । ହେଲେ ୨୦୧୯ ନିର୍ବାଚନରେ ପୁଣି ଥରେ ବାଜି ଓଲଟିଗଲା । ସାଲେପୁରରେ ବିଜେଡି ପୁଣି ଥରେ ଫର୍ମକୁ ଆସିଲା । ଏବଂ କଂଗ୍ରେସକୁ ଗାଦିଚ୍ୟୁତ କରି ପୁଣି ଥରେ ଶାସନ ଗାଦିରେ ବସିଥିଲା । କିନ୍ତୁ ଏଥରର ଦୃଶ୍ୟ କଣ ହେବ , ବିଜେଡି ପୁଣି ରିଟର୍ଣ୍ଣ କରିବ ନା ବିଜେପି ନୂଆ ସରକାର ଗଢିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। କାହିଁକି ନା ଏଥର ବିଜେପି ଷ୍ଟାର କାର୍ଡ ଖେଳି ଅଭିନେତା ଅରିନ୍ଦମ ରାୟଙ୍କୁ ଦଳ ପ୍ରାର୍ଥୀ କରିଛି । ଅରିନ୍ଦମଙ୍କ ଫ୍ୟାନ ଫଲୋଇଙ୍ଗ ଅଧିକ ରହିଥିବା ବେଳେ ଏହା ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିପାରେ ବୋଲି ସେଥିରେ ସନ୍ଦେହ ନାହିଁ । କିନ୍ତୁ ଦଳ ହିସାବରେ ବିଜେଡି ଅଧିକାଂଶ ନିର୍ବାଚନରେ ଏଠାରେ ବିଜୟୀ ହୋଇଛି । ଗତ ନିର୍ବାଚନରେ ଏଠାରୁ ପ୍ରଶାନ୍ତ ବେହେରା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏଥର ମଧ୍ୟ ସେ ଏହି ଆସନରୁ ରିପିଟ୍ ହୋଇଛନ୍ତି । କିନ୍ତୁ ବିଜେପିର ପ୍ରାର୍ଥୀ ବଦଳିଛନ୍ତି । ତେବେ ଦେଖାଯାଉ ଅରିନ୍ଦମଙ୍କୁ ଦଳ ଯେଉଁ ଅନ୍ଧାରକୁ ଠେଲି ଦେଇଛି ସେଠାରୁ ସେ କିପରି ବାହାରି ଆସୁଛନ୍ତି ଏବଂ ବିଜେପିର ସ୍ୱପ୍ନ ଥିବା ଗଡରେ ସେ କିପରି ପଦ୍ମ ଫୁଟାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *