ଅରୁଣ ତଣ୍ଟିରେ ପ୍ରତ୍ୟୁଷା କଣ୍ଟା !

ଅରୁଣ ତଣ୍ଟିରେ ପ୍ରତ୍ୟୁଷା କଣ୍ଟା !

ବାଜିସାରିଛି ନିର୍ବାଚନର ବିଗୁଲ,ମଇଦାନକୁ ଓହ୍ଲାଇଲେଣି ତିନି ଦଳର ପ୍ରାର୍ଥୀ । ହଁ ଦର୍ଶକବନ୍ଧୁ ସରଗରମ ହେଉଛି ନୟାଗଡର ରାଜନୈତିକ ପାଣିପବନ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ହେଉଛି ନୟାଗଡ । ଏଠାରେ ଚାଲିଛି ବିଜେଡିର ହେଭିୱେଟ ନେତା ଅରୁଣ ସାହୁଙ୍କ ରାଜ । 2004ରୁ ଲଗାତାର ଭାବେ ନୟାଗଡର ବିଧାୟକ ହୋଇଆସୁଛନ୍ତି ବିଜେଡିର ଭେଟରାନ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ଏଥର ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ପୁଣିଥରେ ତାଙ୍କୁ ଟିକେଟ ଦେଇଛି । କିନ୍ତୁ ଅରୁଣଙ୍କ ନାଁରେ ରହିଛି ହତ୍ୟା ମାମଲା ଭଳି ସଙ୍ଗୀନ ଅଭିଯୋଗ । ଯାହା ହୁଏତ ତାଙ୍କୁ ନିର୍ବାଚନୀ ବୈତରଣୀ ପାର କରିବାରେ ବାଧା ସୃଷ୍ଟି କରିପାରେ । ଅନ୍ୟପଟେ ବିଜେପିରୁ ତାଙ୍କୁ ଟକ୍କର ଦେବେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଯଦିଓ ରାଜନୀତିରେ ସେ ପାରଙ୍ଗମ ପୂର୍ବରୁ ସେ କନ୍ଧମାଳର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ହେଲେ ବିଧାନସଭା ରାଜନୀତି କ୍ଷେତ୍ରରେ ପ୍ରଥମ ଥର ପାଇଁ ନୟାଗଡ ବିଧାନସଭାରୁ ବିଜେପି ତାଙ୍କୁ ଭରସା କରିଛି । ଅରୁଣଙ୍କ ଗଡକୁ ଭେଦ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ । ପରୀ ହତ୍ୟା ମାମଲାରେ ଫସିଥିବା ଅରୁଣଙ୍କ ରାସ୍ତାରେ କଣ୍ଟା ସାଜିବେ ଏହି ବିଜେପି ନେତ୍ରୀ । ନିଜର ସଙ୍ଗଠନକୁ ସୃଦୁଢ କରିବାରେ ବ୍ୟସ୍ତ କେଳେଙ୍କାରୀ ନେତା ଅରୁଣ ସାହୁ । ଟିକେଟ ପାଇବେନି ବୋଲି ମନରେ ସୃଷ୍ଟି ହେଲାଣି ଭୟ । ସେଥିପାଇଁ କିପରି ନିଜର ଗଡ ରଖିବେ ସେ ଲାଗି କରୁଛନ୍ତି ପ୍ରୟାସ । ବିଜେଡିର ହେଭିୱେଟ ନେତା ଭାବେ ତାଙ୍କର ଦଳରେ ବେଶ ଦବଦବା । ସେଇଥିପାଇଁ ତ ଏତେ କେଳେଙ୍କାରୀ କରନାମା କରି ମଧ୍ୟ ଆଜି ସେ ନବୀନଙ୍କ ଛତ୍ରଛାୟା ତଳେ ରହିଛନ୍ତି । କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ ବଦଳିପାରେ ନୟାଗଡର ରାଜନୈତିକ ଗଣିତ । ଅରୁଣଙ୍କ ଗଡ ଭାଙ୍ଗିବ ନା ପୁଣିଥରେ ସଂଙ୍ଗଠିତ ହେବ ତାହା ଜୁନ 4 କହିବ ।

author

Related Articles

Leave a Reply

Your email address will not be published. Required fields are marked *