ଅଲଗା ହେବେ ନା ଯୋଡି ହେବେ ବର୍ଷା ଅନୁଭବ ?

ଅଲଗା ହେବେ ନା ଯୋଡି ହେବେ ବର୍ଷା ଅନୁଭବ ?

ଦୁଇ ଓଲିଉଡ୍ ଷ୍ଟାର ଙ୍କୁ ନେଇ ଦୀର୍ଘଦିନ ଧରି ଯେଉଁ ବିବାଦ ଦେଖାଦେଇଥିଲା ତାର ଅନ୍ତ ଘଟିଛି । ବର୍ଷା ଅନୁଭବଙ୍କ ପାରିବାରିକ ବିବାଦକୁ ନେଇ କଟକ ଫ୍ୟାମିଲି କୋର୍ଟ ତାଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କଟକ ଫ୍ୟାମିଲି କୋର୍ଟରେ ଅନୁଭବ ଦାୟର କରିଥିବା ଛାଡପତ୍ର ଆବେଦନକୁ କୋର୍ଟ ଖାରଜ କରିଛି ଯାହାକୁ ନେଇ ସାଂସଦ ଅନୁଭବଙ୍କୁ ଏକପ୍ରକାର  ଝଟକା ଲାଗିଛି । ତା ସହିତ ଏକତ୍ର ରହିବାକୁ ନେଇ ବର୍ଷାଙ୍କ ଆବେଦନଙ୍କୁ ମଧ୍ୟ ଖାରଜ କରାଯାଇଛି । ଅକ୍ଟୋବର 30 ସୁଦ୍ଧା ବର୍ଷା ଅନୁଭବ ପାରିବାରିକ ମାମଲାକୁ ଶେଷ କରି ରାୟ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ଅନୁଭବଙ୍କ ଦ୍ୱାରା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ 2020 ଜୁଲାଇ 6 ତାରିଖରେ ମାମଲା ରୁଜ୍ଜୁ କରିଥିଲେ । ଯାହାକୁ ବର୍ଷା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତାପରେ କଟକ ଫ୍ୟାମିଲି କୋର୍ଟକୁ ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ । କଟକ ଫ୍ୟାମିଲି କୋର୍ଟରେ ପ୍ରାୟ ଏକ ବର୍ଷ ମାମଲା ଚାଲିବା ପରେ ଏହାର ଶୁଣାଣି କରାଯାଇଛି । କୋର୍ଟରୁ ନିଷ୍ପତିକୁ ସମାନ୍ନ ଜଣାଇ ଅନୁଭବ କହିଛନ୍ତି ନ୍ୟାୟପାଳିକା ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି ମୋତେ ନିଶ୍ଚୟ ଭାବେ ନ୍ୟାୟ ମିଳିବ । ତେବେ ଏ ନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଆଗକୁ ଦେଖିବାକୁ ବାକିରହିଲା ଦୁହିଁଙ୍କ ମାମଲା କେଉଁ ଦିରକୁ ଗତି କରୁଛି ?

author

Related Articles

Leave a Reply

Your email address will not be published. Required fields are marked *