ଅଲିଭ ରିଡଲେ କଇଁଛଙ୍କ ପାଇଁ ବନବିଭାଗ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା

ଆରମ୍ଭ ହୋଇଯାଇଛି ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଭୀର ସମୁଦ୍ରରେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏଥିପାଇଁ 3ଟି ରେଞ୍ଜର 9ଟି କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚିଲିକା, ସାତପଡ଼ା ଏବଂ ରମ୍ଭା ରେଂଜରେ ବନବିଭାଗ ପକ୍ଷରୁ ସମୁଦ୍ର କୂଳରେ ଅସ୍ଥାୟୀ କଇଁଛଙ୍କ ସୁରକ୍ଷା ଶିବିର କରାଯାଇଛି । ଖାସକରି ନଭେମ୍ବର ମାସରୁ ମେ’ ମାସ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଅମାବାସ୍ୟ ଠାରୁ ଅଲିଭ ରିଡିଲ କଇଁଛ ସମୁଦ୍ର ବେଳାଭୂମିକୁ ଆସି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ରହିଛି । ଚିଲିକା ଡିଏଫଓ କଡ଼ା ନିର୍ଦ୍ଦେଶ ପରେ ଅଲିଭ ରିଡଲେ କଇଁଛମାନଙ୍କ ସୁରକ୍ଷା ଦିଗରେ ବନବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *