ଅଳ୍ପ ସମୟରେ ଅଧିକ ରୋଜଗାର କରୁଛନ୍ତି ସନାତନ

ଅଳ୍ପ ସମୟରେ ଅଧିକ ରୋଜଗାର କରୁଛନ୍ତି ସନାତନ

ପେଟ ପୋଷିବା ପାଇଁ ମନୁଷ୍ୟ ବିଭିନ୍ନ ରୋଜଗାର ପନ୍ଥା ଆପଣାଇ ଥାଏ।ସେହି କାର୍ଯ୍ୟ କିପରି ସହଜ ଓ ଖୁବଶୀଘ୍ର ହୋଇପାରିବ ସେଥିପାଇଁ ଗୁରୁତ୍ୱ ମଧ୍ୟ ଦେଇଥାଏ। ବର୍ତ୍ତମାନ ବିଜ୍ଞାନ ଯୁଗରେ ଯନ୍ତ୍ରପାତି ସାହାଯ୍ୟରେ ଖୁବ କମ ସମୟରେ ମଣିଷ ବିଭିନ୍ନ କାର୍ଯ୍ୟ କରିପାରୁଛି।ଫଳରେ ମଣିଷ କମ ସମୟ ଓ କମ ପରିଶ୍ରମରେ ଅଧିକ ରୋଜଗାର କରି ଲାଭବାନ ହୋଇପାରୁଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଭେଜିପୁଟରେ ରହୁଥିବା ସନାତନ ମହାପାତ୍ର ବିଭିନ୍ନ ଗ୍ରାମ ଓ ସାହିରେ ଘରକୁ ଘର ବୁଲି ରଦ୍ଦି ଲୁହା, ଟିଣ,ପ୍ଲାଷ୍ଟିକ ଆଦି ସଂଗ୍ରହ କରି ସେସବୁକୁ ନେଇ କବାଡି ବାଲାକୁ ବିକ୍ରି କରୁଛନ୍ତି।ପୂର୍ବରୁ ସେ ଏକ ସାଇକେଲରେ ବୁଲି ସେସବୁ ଜିନିଷ ପତ୍ର ସଂଗ୍ରହ କରି ଅଖାରେ ପୁରାଇ ନେବା ଆଣିବା କରୁଥିଲେ।ଫଳରେ ବହୁ ପରିଶ୍ରମ ମଧ୍ୟ ହେଉଥିଲା।ହେଲେ ବର୍ତ୍ତମାନ ସନାତନ ବୟସ୍କ ହୋଇଯିବାରୁ ପୂର୍ବଭଳି ପରିଶ୍ରମ କରି ପାରୁ ନାହାଁନ୍ତି। ତାଙ୍କ ସାନ ପୁଅ ମୋବାଇଲରେ ଏକ ବାଇକ ଇଞ୍ଜିନରେ ପ୍ରସ୍ତୁତ ଡ଼ାଲା ଗାଡ଼ି ଦେଖି ବାପାଙ୍କୁ କହିଥିଲେ।ତାହା ଆଣିବା ପାଇଁ ସନାତନ ଆନ୍ଧ୍ରପ୍ରଦେଶ ସୋମ ପେଣ୍ଠାର ଏକ ଗ୍ୟାରେଜ ମାଲିକଙ୍କ ସହ ଯୋଗାଯୋଗ କରି ୬୦ହଜାର ଟଙ୍କା ମୂଲ୍ୟରେ ଉକ୍ତ ଗାଡିଟିକୁ କ୍ରୟ କରିଥିଲେ।ବର୍ତ୍ତମାନ ସନାତନ ଉକ୍ତ ଗାଡ଼ିରେ ବୁଲି ସମସ୍ତ ରଦ୍ଦି ସାମଗ୍ରୀ ସଂଗ୍ରହ କରୁଛନ୍ତି।ପୂର୍ବରୁ ସାଇକେଲରେ ବୁଲି ଦିନକୁ ଦେଢ଼ ଶହ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ କମ ସମୟ ରେ ଅଧିକ ରୋଜଗାର କରି ପରିବାର ହସଖୁସିରେ ଚଳୁଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *