ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ ଦେହ

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ ଦେହ

ଜଣେ ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା ଏବଂ ମହିଳାଙ୍କ ମୃତ ଶରୀରକୁ ଅଳିଆ ଗଦାରେ ଫିଙ୍ଗି ଦିଆଯାଇଥିଲା । ମୃତକ ଜଣକ ହେଉଛନ୍ତି ହାଇଦ୍ରାବାଦ ବାସିନ୍ଦା । ତାଙ୍କ ନାମ ଚୈତନ୍ୟା ମଧାଗନି । ଶନିବାର ତାଙ୍କ ମୃତ ଦେହକୁ ଅଳିଆଗଦାରୁ ଉଦ୍ଧାର କରାଯାଇଛି । ସେ ତାଙ୍କ ସ୍ୱାମୀ ଓ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ । ଶନିବାର ତାଙ୍କ ମୃତଦେହ ରାସ୍ତା କଡ ଏକ ଅଳିଆଗଦାରୁ ମିଳିଛି ।ଅନ୍ତର୍ଜାତୀୟ ଖବର ମୁତାବକ, ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ଅଷ୍ଟ୍ରେଲିଆ ପଏଣ୍ଟ କୁକ୍ ପୋଲିସ ଘଟଣାର ଯାଞ୍ଚ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *