ଅସରାଏ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ

ଅସରାଏ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ

ଭୁବନେଶ୍ୱର:

ଅଧ ଘଣ୍ଟାଏ ବର୍ଷାରେ ବେହୋଲ ହେଲା ରାଜଧାନୀ ଭୁବନେଶ୍ୱର | ଇସ୍କନ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ସହ ଅଧା ରାଜଧାନୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା | ଛତିଶଗଡ଼ ଉପରେ ରହିଥିବା ଏକ ଘୁର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷ ହୋଇଥିବା ବେଳେ ଅଳ୍ପ ସମୟରେ ବର୍ଷାରେ ସ୍ତିତି ଜଟିଳ ହୋଇଥିଲା | ଇସ୍କନ ଆଗରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା କାରଣରୁ ଏହି ରାସ୍ତାରେ କାର ଓ ଅଟୋ ଗୁଡିକ ବୁଡି ଯାଇଥିଲା | ପାଣିରେ ଏଠାରେ ଫସିଥିବା ଗୋଟିଏ ଅଟୋକୁ ଲୋକେ ଠେଲି ବାହାରକୁ ନେଇଥିଲେ | ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ମଧ୍ୟ ନାହିଁ ନଥିବା ସମସ୍ୟାରେ ପଡ଼ିଥିଲେ | ସ୍ତିତିକୁ ଦେଖି କମିସନରେଟ ପୋଲିସ ପକ୍ଷରୁ ଏହି ରାସ୍ତାରେ ଯିବା ଆସିବା ବନ୍ଦ କରାଯାଇଥିଲା | ବୁଧବାର ଅପରାହ୍ନରେ ହଠାତ ରାଜଧାନୀ ଆକାଶରେ ମେଘ ଘୋଟି ଆସିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷ ହୋଇଥିଲା | ପ୍ରାୟ ଅଧା ଘଣ୍ଟାଏରୁ ଅଧିକ ସମୟ ଧରି ରାଜଧାନୀରେ ବର୍ଷ ହେବ ସହ ଇସ୍କନ ସମ୍ମୁଖ ଜୟଦେବ ବିହାର ଆଚାର୍ଯ୍ୟବିହାର ରସୁଲଗଡ ପ୍ରମୁଖ ତଳିଆ ଅଞ୍ଚଳରେ ବର୍ଷ ପାଣି ଜମି ରହିଥିଲା | ପ୍ରତିବର୍ଷ ସ୍ଥାନଗୁଡିକରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏହାର କେମିତି ସ୍ଥାୟୀ ସମାଧାନ କରାଯାଇପାରିବ ସେନେଇ ସେ ବିଏମସି ଅଧିକାରୀଙ୍କ ଅକଲଗୁଡୁମ ହୋଇଛି | ସେହିପରି ପ୍ରତିବର୍ଷ ନୂଆ ନୂଆ ଅଂଚଳ ଜଳବନ୍ଦୀ ତାଲିକାରେ ଯୋଡି ହେଉଛି | ତେଣୁ ବିଏମସି ପାଇଁ ଏକ ବଡ ଆହ୍ୱାନ ସାଜିଛି | ଆଉ ଦିନ କେଇଟା ପରେ ମୌସୁମୀ ଆସିବାକୁ ଥିବାରୁ ବର୍ଷାର ପ୍ରକୋପ ବଢିବ | ଏହି ସମୟରେ ସ୍ଥିତି ଆହୁରି ସମ୍ବେଦିନଶିଳ ହେବ ବୋଲି ଆକଳନ କରାଯାଇଛି | ଅନ୍ୟପଟେ ବର୍ଷା ଯୋଗୁଁ ସହରାଞ୍ଚଳ ଗୁଡିକରେ ସୃଷ୍ଟି ହେଉଥିବା ସ୍ଥିତିର ମୁକାବିଲା ପାଇଁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି | ଏହା ସତ୍ତ୍ୱେ ବିଏମସି ପକ୍ଷରୁ ଯେପରି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *