ଅସହାୟର ଏଇ ସମାଜରେ ନିସହାୟ ମଣିଷଟିଏ ଖୋଜି ବୁଲୁଛି ଚିକିଏ ସାହାଯ୍ୟ

ଅସହାୟର ଏଇ ସମାଜରେ ନିସହାୟ ମଣିଷଟିଏ ଖୋଜି ବୁଲୁଛି ଚିକିଏ ସାହାଯ୍ୟ

ଆଜିର ଦୁନିଆଟା ହେଉଛି ସ୍ୱାର୍ଥପର ଦୁନିଆ ନା କାହା ପାଖରେ ଟିକିଏ ମାନବିକତା ଅଛି ନା ମଣିଷ ପଣିଆ । ସମସ୍ତେ ନିଜ ନିଜର ସ୍ୱାର୍ଥ ହିଁ ଦେଖିଥାନ୍ତି ଏହିପରି ଏକ ସ୍ୱାର୍ଥପର ମଣିଷ ସମାଜର ମୁଖା ଖୋଲି ଦେଇଛି ଏକ ଛାତିଥରେଇଦେଲା ଭଳି ଘଟଣା । ଦୁଷ୍କର୍ମର ଶିକାର ହୋଇଥିବା ଏକ ନାବାଳିକା ରକ୍ତାକ୍ତ ଅବସ୍ତାରେ ରାସ୍ତାରେ ସହଯୋଗ ମାଗୁଥିଲେ କିନ୍ତୁ ଏହି ଅସହାୟ ଦୁନିଆରେ କେହି ଜଣେ ବି ତାଙ୍କୁ ସହଯୋଗର ହାତ ବଢାଇନଥିଲେ । ଦୁଷ୍କର୍ମ ହେତୁ ସେହି ମହିଳା ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲେ,ଶରୀରରୁ ତୁହା କୁ ତୁହା ରକ୍ତ ବୋହିପଡୁଥାଏ,ଅସହାୟ ମହିଳା ଜଣଙ୍କ ଖୋଜୁଥିଲେ ଟିକିଏ ସାହାର୍ଯ୍ୟ । ସାହାଯ୍ୟ ବଦଳରେ ଭଦ୍ର ମୁଖା ପିନ୍ଧିଥିବା ଜଣେ ବ୍ୟକ୍ତି କିପରି ତାଙ୍କୁ ଛି ଛି କରି ସେଠାରୁ ତଡି ଦେଇଥିଲେ ସେ ଦୃଶ୍ୟ ମଧ୍ୟ ସାମନାକୁ ଆସିଛି ।

ମଧ୍ୟପ୍ରଦେଶର ଉଜ୍ଜୟୀନ ଠାରୁ ୧୫ କିମି ଦୂର ବଡନଗର ରୋଡରେ ଘଟିଛି ଏଭଳି କିଛି ଘଟଣା। ରାସ୍ତାର ନାଁ ବଡ଼ନଗର ହୋଇଥିଲେ ହେଁ ସେଠାରେ ରହୁଥିବା ଲୋକମାନେ ନିଜର ଛୋଟ ପ୍ରକୃତି ଦେଖାଇଛନ୍ତି। ସିସିଟିଭିରେ ମଧ୍ୟ ପୂରା ଘଟଣା କଏଦ ହୋଇଛି।

ଅର୍ଦ୍ଧନଗ୍ନ ଅବସ୍ଥାରେ ପୀଡ଼ିତା ନାବାଳିକା ଜଣଙ୍କ ରାସ୍ତାରେ ବୁଲିବୁଲି ନିରାଶ ହେବା ପରେ ନିକଟରେ ଥିବା ଗୋଟିଏ ଆଶ୍ରମ ନିକଟରେ ପହଞ୍ଚିଥିଲେ। ସେଠାରେ ଥିବା ଜଣେ ବ୍ରାହ୍ମଣ ତୁରନ୍ତ ଯୌନ ନିର୍ଯାତନାର ଆଶଙ୍କା ପରି ନାବାଳିକାଙ୍କୁ ଗୋଟିଏ ଟାୱେଲ ସାହାଯ୍ୟରେ ଘୋଡ଼ାଇ ଦେଇଥିଲେ। ଏହାପରେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରୀ ମାଇନା ପରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି।

ତାଙ୍କ ଶରୀରେ ଥିବା କ୍ଷତ ଚିହ୍ନ ଗୁରୁତର ଥିବାରୁ ତାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏତିକି ବେଳେ ପୁଲିସ୍‌ କର୍ମଚାରୀ ରକ୍ତ ମଧ୍ୟ ଦେଇଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ଗୁରୁତର ଅବସ୍ଥା ହେତୁ ପୀଡିତା ଜଣଙ୍କ ତାଙ୍କ ଠିକଣା କହି ପାରିନଥିଲେ କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି । ଏ ଦିଗରେ ପୋଲିସ ତାର ତଦନ୍ତ ଚଳାଇଛି ।

author

Related Articles

Leave a Reply

Your email address will not be published. Required fields are marked *