ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞନ ପଟ୍ଟନାୟକ .ବିଜେଡ଼ି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି . ସୌମ୍ୟ କହିଛନ୍ତି ବିଜେଡି କହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି .ଓଡିଶାବାସୀଙ୍କ ମନରେ ବିଜେଡ଼ିକୁ ବୁଦ୍ଧି ଶିଖାଇବା ଓ ସରକାରଙ୍କ ଅହଂକାର ଭାଙ୍ଗିବାକୁ ଉତ୍ସାହ ଥିଲା . ଏଥିରେ ଅସ୍ମିତାର ବିଜୟ ଯେତିକି ହୋଇନି ଅଂହକାରର ପରାଜୟ ତାଠୁ ଅଧିକ ବୋଲି ସୌମ୍ୟ କହିଛନ୍ତି . ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶାର ନର୍ବାଚନ ତାଙ୍କୁ ଶିକ୍ଷା ଦେଇଛି ଯେ ଅହଂକାରର ନିଶ୍ଚିତ ପରାଜୟ ହେବ .ସମସ୍ତେ ପାର୍ଟିକୁ ତଳେ ରଖି ମାଟିକୁ ଉପରେ ରଖିବା ଆବଶ୍ୟକ .
ବାଙ୍କୀ ମହୋତ୍ସବରେ ବିଜେଡିକୁ ଆଟାକ କରି କିଛି ଏଭଳି କଥା କହିଥିଲେ ସୌମ୍ୟ . ସ୍ଥାନୀୟ ବିଧାୟକ ଦେବୀରଞନ ତ୍ରିପାଠୀଙ୍କ ଉପସ୍ଥିତିରେ କଟାକ୍ଷ କରି କହିଛନ୍ତି .ତାର ଅଂହକାର ଯୋଗୁଁ ବିଜେଡି ହାରିଛି ବୋଲି କହିଛନ୍ତି .ତେବେ ଏଠାରେ ସୌମ୍ୟ କହିଥିଲେ ଅସ୍ମିତାର ବିଜୟ ଯେତିକି ହୋଇନି ଅଂହକାରର ପରାଜୟ ତାଠୁ ଅଧିକ ହୋଇଛି .ତେବେ ନିର୍ବାଚନ ପରେ ବିଜେପି ଓଡ଼ିଆ ଅସ୍ମିତାର ବିଜୟ ହୋଇଛି ବୋଲି କହି ବୁଲୁଥିବା ବେଳେ ସୈାମ୍ୟ କହୁଛନ୍ତି .ବିଜୟ ଠାରୁ ପରାଜୟ ଅଧିକ ହୋଇଛି . ଯାହାକୁ ଶୁଣିବା ପରେ ମୋହନ କଣ ଭାବୁଥିବେ ଲୋକ କହୁଛନ୍ତିି .ଅପରପକ୍ଷେ ସୌମ୍ୟ ଥରେ କହିଥିଲେ ସାହିତିକ ମାନଙ୍କ କଥା ଟିକେ ଅଲଗା . ଆପଣ ଭାବନ୍ତୁ ଏହାର ଅର୍ଥ କଣ ହୋଇପାରେ . ପ୍ରକୃତରେ କାହାକୁ କଟାକ୍ଷ କରିଛନ୍ତି ସୈାମ୍ୟ .
ସେପଟେ ନିର୍ବାଚନ ପରେ ଥମିବାରେ ନାଁ ଧରୁନି ବିଜେଡିର କଳି . ନିର୍ବାଚନରେ ହାରିବା ପରେ ଯେମିତି ଦଳର ସବୁ ସଦସ୍ୟ ମନ ଭାଙ୍ଗିଯାଇଛି . ଯେଉଁଠି ଦିନେ ପାଟିରୁ କଥା ବାହୁରୁନଥିଲା ସେଠାରେ ଆଜି ପାଟିଗୋଳ ଲାଗୁଛନ୍ତି .ଯାହାକୁ ନେଇ ଏବେ ବିଜେଡି ଭିତରେ ପରସ୍ପର ମଧ୍ୟରେ କଥା କଟାକଟି ଦେଖିବାକୁ ମିଳୁଛି . ବିଜେଡି କଳି ଦାଣ୍ଡରେ ପଡ଼ିହାଟରେ ଗଡ଼ୁଛି .ତେବେ ନିର୍ବାଚନ ପରେ ଅଧିକ ତତ୍ପର ହୋଇଉଠିଛନ୍ତି ବିଜେଡି ସୁପ୍ରିମୋ ନବୀନ . ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ .ଶଙ୍ଖଭବନ ହେଉକି ନବୀନ ନିବାସ ଚାଲିଛି ଘନ ଘନ ବୈଠକ . ଏହାରି ଭିତରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି .