ଆଇଏଏସଙ୍କ ଘରେ ପୁଳା ପୁଳା ଟଙ୍କା…

ଆଇଏଏସଙ୍କ ଘରେ ପୁଳା ପୁଳା ଟଙ୍କା…

ଭିଜିଲାନ୍ସ ଜାଲରେ ଧର୍ମଗଡ ଉପଜିଲ୍ଲାପାଳ IAS ଧୀମାନ ଚକମା । ତାଙ୍କ ସରକାରୀ ବାସଭବନରେ ରବିବାର ରାତି ପ୍ରାୟ ୧୦ ଟା ସମୟ ରେ ଭିଜିଲାନ୍ସ ଚଢ଼ାଉ କରି ପ୍ରାୟ ୪୭ ଲକ୍ଷ ନଗତ ଜବତ କରି ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ସୂଚନା ଅନୁଯାଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ ଧମକ ଦେଇ ୨୦ ଲକ୍ଷର ଲାଞ୍ଚ ଦେବାକୁ କହିଥିଲେ । କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ଧର୍ମଗଡ ସରକାରୀ ବାସଭବନ କୁ ଡାକି ନେଉ ଥିବାବେଳେ ଭିଜିଲାନ୍ସ ଚଢାଉ କରିଥିଲା । ଉପଜିଲ୍ଲାପାଳଙ୍କ ସରକାରୀ ଭାସଭବନରେ ଭିଜିଲାନ୍ସର ଚଢାଉ ବେଳେ ତାଙ୍କ ଘରେ ପୁଳା ପୁଳା ଟଙ୍କା ବାହାରି ଥିଲା । ତେବେ ଏତେ ପରିମାଣର ଟଙ୍କା କୋଉଠୁ ଆସିଲା ତାହା କିଛି ସ୍ପଷ୍ଟ ହୋଇନାହିଁ । ଉକ୍ତ ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସାମିଲ ହୋଇଥିବା ସୂଚନା ।

author

Related Articles

Leave a Reply

Your email address will not be published. Required fields are marked *