ଆଇପିଏଲ ପାଇଁ ଡିସେମ୍ବର ୧୯ରେ ହେବ ନିଲାମୀ

ଆଇପିଏଲ ପାଇଁ ଡିସେମ୍ବର ୧୯ରେ ହେବ ନିଲାମୀ

ଆଇପିଏଲ ପାଇଁ ଆରମ୍ଭ ହେବାକୁ ଯାଉଛି ନିଲାମୀ ଡକା । ଡିସେମ୍ବର ୧୯ରେ ଦୁବାଇରେ ଆଇିପିଏଲ ପାଇଁ ନିଲାମୀ ଡକାଯିବ । ଚଳିତ ବର୍ଷ ଆଇପିଏଲରେ ୩୩୩ଜଣ ଖେଳାଳିଙ୍କ ଏପରେ ନଜର ରଖିଛନ୍ତି ୧୦ଟି ଫ୍ରାଚାଇଜି । ୨କୋଟି ପ୍ରାଇସରେ ପ୍ରାୟ ୨୩ଜଣ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ହର୍ସଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁରଙ୍କ ନାଁ ରହିଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ବିଶ୍ୱକପ୍ ବିଜେତା ଦଳର ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ନାମ ମଧ୍ୟ ରହିଛି । ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି । ଯଏକି ସବୁଠୁ ଦାମୀ ଖେଳାଳି ରହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *