ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ବଡ ଝଟକା

ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ବଡ ଝଟକା

ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ମହାସମର । ଆଇପିଏଲ ଆରମ୍ଭକୁ ଆଉ ମାତ୍ର ଅଳ୍ପ ଦିନ । କିନ୍ତୁ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନସଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଦ୍ରୁତ ବୋଲର ଜେସନ୍ ବେହରନଡ୍ରଫ୍ ଆହତ ହେବା କାରଣରୁ ଆଇପିଏଲରୁ ବାଦ୍ ପଡିଛନ୍ତି । ବାମହାତୀ ଏହି ଦ୍ରୁତ ବୋଲର ନୂଆ ବୋଲରେ ୱିକେଟ୍ ହାସଲ କରିବାରେ ସିଦ୍ଧହସ୍ତ । ହେଲେ ଆହତ ଜନିତ ସମସ୍ୟା ହେତୁ ସେ ଏଥର ଆଇପିଏଲ୍ ଖେଳିପାରିବେନି ବୋଲି ସ୍ପଷ୍ଟ ହେଇଛି । ଗତ ବର୍ଷ ୧୨ଟି ମ୍ୟାଚ୍ ଖେଳି ୧୪ଟି ୱିକେଟ୍ ହାସଲ କରିଥିବା ଏହି ବୋଲର ଆହତ ହେଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଦ୍ୱିତୀୟ ଝଟକା । କାହିଁକି ନା, ଏହାର ଗୋଟିଏ ଦିନ ପୂର୍ବରୁ ଶ୍ରୀଲଙ୍କା ଖେଳାଳି ଦିଲଶାନ ମଧୁଶଙ୍କା ମଧ୍ୟ ଆହତ ହେଇ ଆଇପିଏଲରୁ ବାଦ୍ ପଡିଥିଲେ । ଦିଲଶାନ ମଧୁଶଙ୍କାଙ୍କ ଫିଟନେସ୍ ରିପୋର୍ଟରେ କୁହାଯାଇଥିଲା କି, ସେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିପାରିବେ ନାହିଁ । ଅର୍ଥାତ ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଏଥର ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହେଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *