ଆଉଟଡୋର ଗେମରେ ଲାଗିଲା କଟକଣା

ଆଉଟଡୋର ଗେମରେ ଲାଗିଲା କଟକଣା

ରାଜ୍ୟରେ ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଅଂଶୁଘାତର ଖବର ଆସିବା ପରେ ପଦକ୍ଷେପ ଗ୍ରହଣ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସଆରସିଙ୍କ ନିର୍ଦ୍ଦେଶନାମା ଅନୁସାରେ ବାହାରେ କ୍ରିକେଟ୍, ଫୁଟବଲ , ହକି ଭଳି ଖେଳ ଖେଳାଯାଇପାରିବ ନାହିଁ । ଆଉଟଡୋର ଗେମ୍ ଉପରେ ଲଗାଇଛନ୍ତି କଟକଣା । ଭୀଷଣ ଖରା ଯୋଗୁଁ ଦିନ ୧୧ଟାରୁ ୩ଯାଏଁ ବାହାରେ ଖେଳ ବନ୍ଦ ରହିବ । ବିଭିନ୍ନ ଜିଲ୍ଲାରେ ୮ ଜଣ ସନଷ୍ଟ୍ରୋକର ଶିକାର ହୋଇଛନ୍ତି । ଏହାପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

author

Related Articles

Leave a Reply

Your email address will not be published. Required fields are marked *