ବଦଳିଗଲା ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତି । ନ୍ୟାୟଦେବୀଙ୍କ ନୂତନ ସଂସ୍କରଣ ଉନ୍ମୋଚନ କଲେ ସୁପ୍ରିମୋ କୋର୍ଟ । ହଁ ଆଜ୍ଞା, ଦେଶର ସମସ୍ତ କୋର୍ଟ ଗୁଡିକରେ ଏପରିକି ଫିଲ୍ମରେ ମଧ୍ୟ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥାଏ । ଜଜ୍ ଙ୍କ ଟେବୁଲ ଆଗରେ ଏହି ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତି ରଖାଯାଇଥାଏ । ଯେଉଁଥିରେ ନ୍ୟାୟଦେବୀଙ୍କ ଆଖିରେ ପଟି ରହିବା ସହ ବାମ ହାତରେ ଖଣ୍ଡା ଏବଂ ଡାହାଣ ହାତରେ ନ୍ୟାୟ ତରାଜୁ ଧରିଥିବା ନଜିର ରହିଛି । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ । ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି। ତେବେ ନ୍ୟାୟ ଦେବୀଙ୍କ ନୂଆ ମୂର୍ତ୍ତିର ବିଧିବଦ୍ଧ ଚିତ୍ର ଆସିନଥିବାବେଳେ କିଛି ଜାତୀୟ ଗଣମାଧ୍ୟମରେ ଏହାର ଫଟୋ ପ୍ରକାଶ ପାଇଛି। ଆଉ ନ୍ୟାୟ ଦେବୀଙ୍କ ଏହି ନୂତନ ସଂସ୍କରଣର ପ୍ରତିମୂର୍ତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି । ତେବେ ଏହି ପ୍ରତ୍ତିମୂର୍ତ୍ତିରେ ନ୍ୟାୟ ଦେବୀଙ୍କ ଆଖିରୁ ପଟି ହଟିଯାଇଛି । ପୂବରୁ ନ୍ୟାୟ ଦେବୀଙ୍କ ଆଖିରେ ପଟି ବନ୍ଧାଯିବା କାରଣରୁ ଆଇନ ଅନ୍ଧ ବୋଲି ସାଧାରଣ ଲୋକେ ବିବେଚନା କରିଥାନ୍ତି । କିନ୍ତୁ ଏବେ ତାଙ୍କ ଆଖିରୁ ପଟି ହଟାଯିବା ସହ ତାଙ୍କ ଆଖି ଖୋଲାଯାଇଛି । ତେବେ କେବଳ ଏତିକି ନୁହେଁ ନ୍ୟାୟ ଦେବୀ ଙ୍କ ବାମ ହାତରେ ପୂବରୁ ଖଣ୍ଡା ଥିବା ବେଳେ ଏବେ ସେ ସମ୍ବିଧାନ ଧରିଥିବା ଦେଖିବାକୁ ମିଳିଛି । ପ୍ରଧାନ ବିଚାରପତିଙ୍କ ବିଚାରରେ, ଖଣ୍ଡା ହେଉଛି ହିଂସାର ପ୍ରତୀକ । କିନ୍ତୁ ଅଦାଲତଙ୍କ କାର୍ୟ୍ୟ ହିଂସାତ୍ମକ ନୁହେଁ । ବରଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏହା ନ୍ୟାୟ ପ୍ରଦାନ କରିଥାନ୍ତି । ଏବଂ ଡାହାଣ ହାତରେ ପୂବ ପରି ନ୍ୟାୟ ତରାଜୁ ଧରିଛନ୍ତି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ଏବଂ ଆଗକୁ ସମ୍ବିଧାନ ଅନୁଯାୟୀ, ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ କରାଯିବା ନେଇ ପ୍ରମାଣିତ କରୁଛି । ଅନ୍ୟପଟେ କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି। ଯେଉଁଥିରୁ ଆମ ଦେଶର ନ୍ୟାୟ ବ୍ୟବସ୍ଥାରେ ପରିବର୍ତନ କରାଯାଉଥିବା ପ୍ରମାଣିତ ହେଉଛି ।
You can share this post!
author