ଆଉ କାମ କରିବନି ବିଏସକେୱାଇ କାର୍ଡ

ଆଉ କାମ କରିବନି ବିଏସକେୱାଇ କାର୍ଡ

ବନ୍ଦ ହୋଇଯିବ ବିଏସକେୱାଇ କାର୍ଡ । ହଁ ଆଜ୍ଞା, ଏଭଳି କିଛି ସୂଚନା ରାଜ୍ୟ ବିଜେପି ପକ୍ଷରୁ ମିଳିଛି । ରାଜ୍ୟରେ ନବୀନ ସରକାର ହଟିବା ପରେ ଏବେ ବିଜେଡି ଦେଉଥିବା ସମସ୍ତ ସୁବିଧା ସୁଯୋଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଜନତା ପାର୍ଟୀ । ଯେଉଁଥିରେ ଆଗରେ ରହିଛି ବିଏସକେୱାଇ କାର୍ଡ ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହାକୁ ଖୁବଶୀଘ୍ର ବନ୍ଦ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ଉଦ୍ଦେଶ୍ୟରେ ଏବେ ଦଳୀୟ ପ୍ରତିଶୃତିକୁ ପାଳନ କରିବା ଦିଗରେ ପାଦେ ଆଗକୁ ବଢିଛି ଭାରତୀୟ ଜନତା ପାର୍ଟୀ । ତେବେ ବିଏସକେୱାଇ କାର୍ଡ ବଦଳରେ ରାଜ୍ୟରେ କେନ୍ଦ୍ର ପରିଚାଳିତ ଆୟୁଷ୍ମାନ ଭାରତ କାର୍ଡ ଲାଗୁ କରାଯିବ ବୋଲି ସୂଚନା ମିଳିଛିା ଆୟୁଷ୍ମାନ କାର୍ଡ ମାଧ୍ୟମରେ ସାଧାରଣ ଜନତା ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି । ତେବେ ବିଏସକେୱାଇ ଭଳି ନବୀନ ଲାଗୁ କରିଥିବା ଅନ୍ୟ ସ୍କିମ ସବୁ ମଧ୍ୟ ବିଜେପି ବନ୍ଦ କରିବାକୁ ଯୋଜନା ଚଳାଇଛି । କିନ୍ତୁ ଏହା ବଦଳରେ ବିଜେପି ପକ୍ଷରୁ ଭିନ୍ନ ଭିନ୍ନ ସ୍କିମ ଆସିବା ନେଇ ଅନୁମାନ କରାଯାଉଛି । ତେବେ ଦେଖାଯାଉ ସରକାରକୁ ଆସିବା ପରେ ବିଜେପି କେଉଁ ସବୁ ନୂଆ ନିୟମ ଲାଗୁ କରୁଛି ଏବଂ ଲୋକଙ୍କ ଜନହିତରେ କେତେ ସଫଳ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *