ହଁ ଦର୍ଶକବନ୍ଧୁ, ବାରମ୍ବାର ମୁଖ୍ୟମନ୍ତ୍ରୀ ପଦର ଗରିମା କ୍ଷୁର୍ଣ୍ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେତେବେଳେ ଲୋକଙ୍କ ପାଖକୁ ଯାଇ ନିଜ ପରିଚୟ ଦେଉଛନ୍ତି ତ ଆଉ କେତେବେଳେ ଯାତ୍ରା ପେଣ୍ଡାଲକୁ ଯାଇ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର କରୁଛନ୍ତି । ଯାହାକୁ ସାଧାରଣରେ ଆଦୌ ଗ୍ରହଣ କରାଯାଉନାହିଁ । ଏବଂ ମୁଖ୍ୟମନ୍ତ୍ରୀ କେବେ ନିଜ ପଦର ମର୍ଯ୍ୟାଦା ରଖିବେ ସେନେଇ ପ୍ରଶ୍ନ ମଧ୍ୟ ଉଠୁଛି । ତେବେ ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ କିପରି ଓଡିଶାର ମୁଖ୍ୟମନ୍ତ୍ରୀ ଯାତ୍ରା ପେଣ୍ଡାଲ ଉପରେ ଚଢି ଲୋକଙ୍କୁ ପ୍ରଶ୍ନ କରୁଛନ୍ତି । ସତେ ଯେପରି ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ବି ମୋହନ ମାଝୀ ନିଜର ଶିକ୍ଷକତା ଛାଡିନାହାନ୍ତି । ଆଉ ଏବେ ବି ସେ ନିଜକୁ ଶିଶୁ ମନ୍ଦିରର ଗୁରୁଜୀ ଭାବୁଥିବା ସାଧାରଣରେ ଆଲୋଚନା ହେଉଛି ।
ତେବେ ଏହାକୁ ନେଇ ଅନ୍ୟ ଏକ ଚର୍ଚ୍ଚା ମଧ୍ୟ ହେଉଛି । ବିଜେପି ସରକାର ଲୋକଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ବିଜେପି ଯେଉଁ ଡିଣ୍ଡିମ ପିଟୁଛି ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏପରି କରୁଥିବା ଚର୍ଚ୍ଚା ମଧ୍ୟ ହେଉଛି । କିନ୍ତୁ ସେ ଜାଣିପାରୁନାହାନ୍ତି ଯେ, ଏହା କରିବା ଦ୍ୱାରା ଖୋଦ ବିଜେପି ନେତା ଏବଂ ମୁଖ୍ୟମନ୍ତ୍ରୀ ନିଜକୁ ନିଜେ ଟ୍ରୋଲ କରୁଥିବା ରାଜନୈତିକ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି ।
ତେବେ ଦେଖାଯାଉ ଯେଉଁ ପରିବର୍ତନର ନାରା ଦେଇ ବିଜେପି ସରକାରକୁ ଆସିଛି ଆଗାମୀ ୫ ବର୍ଷ ମଧ୍ୟରେ କେଉଁ ପରିବର୍ତନ ଆସୁଛି ଏବଂ ବିଜେପି ସରକାରରେ ଓଡିଶ।।ର ଭବିଷ୍ୟତ କଣ ହେଉଛି ତାହା ଦେଖିବାକୁ ଅପେକ୍ଷା ।