ଆଉ କୋର୍ଟ ଯିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆଉ କୋର୍ଟ ଯିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । ଏଣିକି ତାଙ୍କୁ ଆଉ ହାଇକୋର୍ଟରେ ହାଜିର ହେବାକୁ ପଡିବନି। ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ୟୁଟ୍ୟୁବ ଭିଡିଓକୁ ରି-ଟୁଇଟ୍ କରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଶୁଣାଣି କରାଯାଇ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ହାଜରରୁ ମୁକ୍ତ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହେବାରୁ ମୁକ୍ତି ମାଗିଥିଲେ, ଯାହା ଉପରେ କୋର୍ଟ ହାଜିରାରୁ ମୁକ୍ତି ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *