ଆଉ ମାତ୍ର ୧୨ରୁ ୧୪ ଘଣ୍ଟାର ଅପେକ୍ଷା, ଶେଷ ପର୍ଯ୍ୟାୟରେ ଉଦ୍ଧାରକାର୍ଯ୍ୟ

ଆଉ ମାତ୍ର ୧୨ରୁ ୧୪ ଘଣ୍ଟାର ଅପେକ୍ଷା, ଶେଷ ପର୍ଯ୍ୟାୟରେ ଉଦ୍ଧାରକାର୍ଯ୍ୟ

ଆଉ କିଛି ସମୟ ପରେ ସୁଡଙ୍ଗରେ ଫସିରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ତେବେ କୁହାଯାଉଛି ଆଉ ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ । ଗତକାଲିଠୁ ଯଦିଓ ଉଦ୍ଧାରକାର‌୍ୟ୍ୟ ଜୋରଦାର ହୋଇଛି କିନ୍ତୁ ଏବେ ଆହୁରି ସମୟ ଲାଗିବ ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି । ସେପଟେ ଉଦ୍ଧାର କାର‌୍ୟ୍ୟ ନେଇ ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୮ ମିଟରରୁ ଅଧିକ ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଆଉ ମାତ୍ର ୧୨ ମିଟର ପଥର ଖଣ୍ଡ ଖୋଳିବା ପାଇଁ ପ୍ରୟାସ ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *