ଆଉ ମିଳିବନି କାଳିଆ ଟଙ୍କା !

ଆଉ ମିଳିବନି କାଳିଆ ଟଙ୍କା !

ବନ୍ଦ ହୋଇଯିବ କି କାଳିକା ଯୋଜନା ? କାଳିଆ ଟଙ୍କାରୁ ବଞ୍ଚିତ ହେବେ କି ଚାଷୀ ? ଏଭଳି କିଛି ପ୍ରଶ୍ନ ଏବେ ରାଜ୍ୟରେ ସୃଷ୍ଟି ହୋଇଛି । ଓଡିଶାରେ ବିଜେପି ସରକାର ଗଠନ କରିବା ପରେ ବିଜେଡି ସରକାର ଆରମ୍ଭ କରିଥିବା ଗୋଟିଏ ପରେ ଗୋଟିଏ ଯୋଜନା ସବୁ ବନ୍ଦ ହୋଇଯିବ ବୋଲି ଆଶଙ୍କା ରହିଛି । ଏପରିକି କିଛି କିଛି ଯୋଜନାକୁ ବିଜେପି ବନ୍ଦ କରିଥିବା ବେଳେ କିଛି ଯୋଜନାକୁ ନୂଆ ରୂପରେ ଆଣିବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିସାରିଲାଣି । କିନ୍ତୁ ବିଜେଡି ଆରମ୍ଭ କରିଥିବା କାଳିଆ ଯୋଜନା ବଳବତ୍ତର ରହିବ ନା ନୂଆ ସରକାର ଏହାକୁ ବନ୍ଦ କରିଦେବେ ସେନେଇ ଦ୍ୱନ୍ଦ୍ୱ ବଢିଛି । କାହିଁକି ନା କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାର ୧୭ ତମ କିସ୍ତି ଆଧାରରେ ସାରା ଦେଶର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି । ଏହା ପରେ ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଉଥିବା କାଳିଆ ଟଙ୍କା ମିଳିବ ନା ନାହିଁ ସେନେଇ କିଛି ବି ସ୍ପଷ୍ଟ ହେଉନି । କାହିଁକି ନା ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଗୋଟିଏ ସରକାର ଥିବାରୁ ଦୁଇଟି ଯାକ ଯୋଜନା ରହିବ ନା ଗୋଟିଏ ଯୋଜନାରେ ହିଁ ଚାଷୀଙ୍କୁ ସନ୍ତୁଷ୍ଟ ହେବାକୁ ପଡିବ ସେନେଇ ଚାଷୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ସରକାରରେ ଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ । ୨୦୧୯ ପରଠାରୁ ରାଜ୍ୟର ଚାଷୀମାନଙ୍କ ଆକାଉଣ୍ଟକୁ ବର୍ଷକୁ ୩ ଥର ୨ ହଜାର ଲେଖାଏଁ ମୋଟ ୬ ହଜାର ଟଙ୍କା ଟ୍ରାନ୍ସଫର କରାଯାଉଥିଲା । ସେହପରି କେନ୍ଦ୍ରରୁ ମଧ୍ୟ ବର୍ଷକୁ ୬ ହଜାର ଟଙ୍କା ପିଏମ କିଷାନ ଯୋଜନା ମାଧ୍ୟମରେ ସାରା ଦେଶର ଚାଷୀ ଉପକୃତ ହେଉଥିଲେ । ତେବେ ଉଭୟ ଯୋଜନା ସମାନ ରହିଥିବାରୁ ଏବେ ରାଜ୍ୟରେ କେବଳ ଗୋଟିଏ ହିଁ ଯୋଜନା ଲାଗୁ ହୋଇପାରେ ବୋଲି ଆଶଙ୍କା ବଢିଛି । ତେବେ ଦେଖାଯାଉ ନବୀନଙ୍କ କାଳିଆ ଯୋଜନା ବନ୍ଦ ହେଉଛି ନା ନାହିଁ ଏବଂ ଏହାର ପ୍ରଭାବ ଚାଷୀଙ୍କ ଉପରେ କେତେ ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *