ଆଉ ରହିବନି ଟ୍ୱିନ ସିଟି

ଆଉ ରହିବନି ଟ୍ୱିନ ସିଟି

ରାଜ୍ୟରେ ନୂଆ ସରକାର ଆସୁ ଆସୁ ଅନେକ କିଛି ଦିଗରେ ପରିବର୍ତ୍ତନ ଆସିଛି । ପୁରୁଣା ସରକାରଙ୍କ କିଛି ଯୋଜନା ହଟାଇ ନୂଆ ଯୋଜନା ଆଣୁଛି ବିଜେପି । କିଛି କିଛି ଯୋଜନାର ନାଁ ପରିବର୍ତନ କରି ପୁରୁଣା ଯୋଜନାକୁ ବଳବତ୍ତର ରଖିଛି । ଏବେ କିନ୍ତୁ ଆଉ ଏକ ବଡ ପଦକ୍ଷେପ ମୋହନ ସରକାର ନେବାକୁ ଯାଉଥିବା ସୂଚନା ମିଳିଛି । ରାଜ୍ୟରେ ଜଣାଶୁଣା ଥିବା ଟ୍ୱିନ ସିଟି ଏବଂ ଟ୍ରିପଲ ସିଟି ହେବାକୁ ଯାଉଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦ୍ୱୈତ ନଗରୀ କଟକ –ଭୁବନେଶ୍ୱର ସହ ପୁରୀକୁ ସାମିଲ କରାଯିବା ନେଇ ଯୋଜନା ଚାଲିଛି । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ହେବା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଉଛି । ଏହା ଦ୍ୱାରା ସହରର ଆକାର ବଢିବ ଏବଂ ଲୋକମାନଙ୍କୁ ସୁବିଧା ହେବ ବୋଲି ବିଭାଗ ପକ୍ଷରୁ ସମୀକ୍ଷା କରାଯାଉଛି । କେବଳ ଏତିକି ନୁହେଁ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଅନୁଧ୍ୟାନ କରି ସେସବୁର ସମାଧାନ କରିବା ପାଇଁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅଫିସରେ ନ ବସି ୩ରୁ ୪ ଘଣ୍ଟା ଫିଲ୍ଡ ଭିଜିଟ୍ କରିବା ସହ ୱାର୍ଡକୁ ୱାର୍ଡ ବୋଲି ଲୋକଙ୍କ ସମସ୍ୟା ବୁଝିବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଏବଂ ତୁରନ୍ତ ସମାଧାନ କରିବାକୁ ତାଗିଦ କରାଯାଇଛି । ଏହା ସହ ଆଗକୁ ବର୍ଷା ଥିବାରୁ ଜୁଲାଇ ୧୫ ସୁଦ୍ଧା ସମସ୍ତ ମୁକୁଳା ଡ୍ରେନେ ସ୍ଲାପ ପକାଇ ସେ ସବୁୁ ମରାମତି କରିବା ପାଇଁ କର୍ମଚାରୀମାନଙ୍କୁ ତାଗିଦ କରାଯାଇଥିବା ସୂଚନା ମିଳିଛି । ତେବେ ନୂଆ ସରକାର ଆସୁ ଆସୁ ଆକ୍ସନ ମୋଡକୁ ଆସିଛି ସତ କିନ୍ତୁ ଏହା ଲୋକଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *