ଆଉ ୨ରୁ ୩ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୌସୁମୀ

ଆଉ ୨ରୁ ୩ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୌସୁମୀ

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୋସୁମୀ । ୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ସୂଚନା ମିଳିଛି । ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

author

Related Articles

Leave a Reply

Your email address will not be published. Required fields are marked *