ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ଏଥରର ବାଲିଯାତ୍ରା

ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ଏଥରର ବାଲିଯାତ୍ରା

ଓଡିଶାର ପ୍ରସିଦ୍ଧ ଯାତ୍ରା କଟକର ବାଲିଯାତ୍ରା । ବାଲିଯାତ୍ରାକୁ ଆଉ କିଛି ଦିନ ବାକି ରହିଲା । ଜମିବାକୁ ଯାଉଛି ବାଲିଯାତ୍ରା । ଏଥର ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା କାହିଁକିନା ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ ।  ଏହାର ଲମ୍ବ ୨୫୦ ଫୁଟ ଏବଂ ଚଉଡା ୬୦ ଫୁଟ । ଏହି ଆକ୍ୱାରିୟମରେ ମଜା ଉଠାଇପାରିବେ ଲୋକେ । ଚାରିପଟେ ପାଣି ସହ ପାଣି ଭିତରେ ବିଭନ୍ନ ପ୍ରକାରର ମାଛ ଦେଖିବାକୁ ମିଳିବ । ଆକ୍ୱାରିୟମରେ ସାର୍କ, ତିମି, ଅକ୍ଟୋପସ୍ ୫ ହଜାର ପ୍ରକାରର ମାଛ ଦେଖିପାରିବେ ଦର୍ଶକ । ସମୁଦ୍ର ଭିତରେ ଚାଲିଲା ଭଳି ଅନୁଭବ କରିପାରିବେ ଦର୍ଶକ । ତାମିଲନାଡରୁ ସମସ୍ତ ଉପକରଣ ଅଣାଯିବ ।  ଟିକେଟର ମୂଲ୍ୟ ୧୦୦ରୁ ୧୫୦ ରଖଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *