ଆକାଶଙ୍କ ପଟୁଆର ଦେଖି ଛାନିଆ ବବି !

ଆକାଶଙ୍କ ପଟୁଆର ଦେଖି ଛାନିଆ ବବି !

କୋରେଇ ବିଧାନସଭା ଆସନକୁ ନେଇ କିଛି ଭିନ୍ନ ରଣନୀତି ପ୍ରସ୍ତୁତ କରିଥିବା ବିଜୁ ଜନତା ଦଳକୁ ଛାନିଆ ପଶିଲାଣି । ହଁ ଦର୍ଶକବନ୍ଧୁ ବିଜେପିରୁ କୋରେଇ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିବା ଆକାଶ ଦାସ ନାୟକଙ୍କ ବିରାଟ ପଟୁଆର ଦେଖି ବିଜେଡି ଶିବିରରେ କମ୍ପନ ସୃଷ୍ଟି ହେଲାଣି । କାହିଁକିନା ବିଜେଡି ଏଠାରେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରାଇଛି । ଯେଉଁଠାରେ ବୟସାଧିକ ନେତାଙ୍କୁ ବିଜେଡି ଟିକେଟ ନ ଦେଇ ଦଳରୁ କୋଣଠେସା କରିଦିଆଯାଉଛି ସେଠାରେ ବବିଙ୍କ ମାଆଙ୍କୁ କିପରି ଟିକେଟ ମିଳୁଛି ବୋଲି ପ୍ରସ୍ନ ଉପରେ ପ୍ରଶ୍ନ କରିଚାଲିଛନ୍ତି ବିରୋଧି ନେତା । ପୁଅ ରାଜନୀତିରେ ସକ୍ରିୟ ହେତୁ ତାଙ୍କୁ ଟିକେଟ ମିଳିଯାଇଛି କିନ୍ତୁ ସେ କୋରେଇରେ ଶଙ୍ଖନାଦ କରିପାରିବେ କି ନାହିଁ ତାହାକୁ ନେଇ ସସପେନ୍ସ ବଢୁଛି । କାହିଁକିନା କୋରେଇ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଆକାଶ ଦାସ ନାୟକ ପୂର୍ବରୁ ବିଜେଡି ଟିକେଟରେ ମଇଦାନକୁ ଓହ୍ଲାଇଥିଲେ ଏବଂ କୋରେଇବାସୀଙ୍କ ମନ ଜିତିତିଲେ । କିନ୍ତୁ ଏଥରର ଚିତ୍ର କିଛି ଭିନ୍ନ ରହିଛି । ସେ ଏବେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ନାମାଙ୍କନ ଭରିବା ସମୟରେ ଆକାଶଙ୍କ ବିରାଟ ପଟୁଆର ଦେଖି ବିଜେଡି ନେତା ତଥା ପ୍ରଣବ ପ୍ରକାଶଙ୍କୁ ଛାନିଆ ପଶିଲାନି । ଯାଜପୁରରେ ବବିଙ୍କର ଦବଦବା ରହିଛି ସତ । କିନ୍ତୁ ଆକାଶଙ୍କ ପାଇଁ ଜନ ସମର୍ଥନ ବୃଦ୍ଧି ପାଇବା ତାଙ୍କୁ ଏକପ୍ରକାର ଝଟକା ଦେଇଛି । ଆକାଶଙ୍କ ନାମାଙ୍କନ ପତ୍ର ଶୋଭାଯାତ୍ରାରେ ବହୁ ମାତ୍ରାରେ ସାଧାରଣ ଜନତା ସାମିଲ ହୋଇଥିଲେ । ତେବେ କୋରେଇ ଗଣିତରେ କାହାର ଅଙ୍କ ଛିଡିବ ବବି ନା ଆକାଶ ତାହା ଉପରେ ସଭିଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *