ଆକାଶଛୁଆଁ ଲେମ୍ବୁ ଦର

ଆକାଶଛୁଆଁ ଲେମ୍ବୁ ଦର

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବାବେଳେ ରୌଦ୍ର ତାପରୁ ମୁକ୍ତିପାଇବାପାଇଁ ସମସ୍ତେ ପଖାଳ ସାଙ୍ଗକୁ ଲେମ୍ବୁ ଆବଶ୍ୟକ କରୁଛନ୍ତି । ଏବଂ ଦୋକାନ ବଜାରରେ ଲେମ୍ବୁ ମିଶ୍ରି ପଣାର ଚାହିଦା ଲାଗିରହିଛି । ବଜାରରେ ପରିଵାଦର ଆକାଶଛୁଆଁ ରହିଥିବାବେଳେ ଲେମ୍ବୁ ଦର ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ବଜାରରେ ବର୍ତମାନ ୩ଟି ଲେମ୍ବୁ କୁ ୨୦ଟଙ୍କା ରହିଥିବାରୁ ଆବଶ୍ୟକ ଥାଇ ମଧ୍ୟ ଲେମ୍ବୁ କିଣିବାକୁ କୁଣ୍ଠାବୋଧ ହେଉଛନ୍ତି ଗ୍ରାହକ । ଚଳିତ ବର୍ଷ ନିୟଣ୍ଟିଆ ବର୍ଷା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢ଼ିଥିବାରୁ ଗଛରେ ଫୁଲ ଆସୁଛି କିନ୍ତୁ କଷି ଧରୁନି । ଯାହାଫଳରେ ଚାଷୀ କ୍ଷତି ସହିବାସହିତ ବଜାରରେ ଲେମ୍ବୁ ର ଅଭାବ ଦେଖାଦେଇଛି । ଲେମ୍ବୁ ଚାହିଦାକୁ ଦେଖି ବ୍ୟବସାୟୀ ମାନେ ଆନ୍ଧ୍ରରୁ ଲେମ୍ବୁ ଆଣି ଚଢ଼ାଦରରେ ବିକ୍ରି କରୁଛନ୍ତି । ଯାହାଫଳରେ ବଜାରକୁ ଆସୁଥିବା ଗ୍ରହକଙ୍କ ମନରେ ଅଶାନ୍ତି ଦେଖା ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *