ଆଖି ବୁଜିଲେ ବିଧାୟିକା

ଆଖି ବୁଜିଲେ ବିଧାୟିକା

ମର୍ମନ୍ତୁଦ ସଡକ ଦୁର୍ଘଟଣା ନେଲା । ଆଖି ବୁଜିଲେ ବିଧାୟିକା । ମାତ୍ର ୩୬ବର୍ଷ ବୟସରେ ଚାଲିଗଲେ ଆରପାରିକୁ . ଏଭଳି ଦୁଖଦ ଘଟଣା ଘଟିଛି ପଡିଛନ୍ତି ତେଲଙ୍ଗନାରେ । ସାଙ୍ଗରେଡ୍ଡି ଜିଲ୍ଲାର ସୁଲତାନପୁର ଆଉଟର ରିଙ୍ଗ ରୋଡରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଭାରତ ରାଷ୍ଟ୍ର ସମିତି ଈଜଝ ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍‌ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପିତା ଜି ସାୟାନ୍ନା ସିକନ୍ଦରାବାଦର କେଣ୍ଟ ସିଟ୍‌ରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଗତ ବର୍ଷ ଫେବୃୟାରୀରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ହୋଇଥିବା ନିର୍ବାଚନରେ ନନ୍ଦିତା ସିକନ୍ଦରାବାଦରୁ ନିର୍ବାଚନ ମଇଦାନକୁ ଓହ୍ଳାଇଥିଲେ ଓ ବିଜୟୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀଙ୍କୁ ୧୭ ହଜାର ଭୋଟରେ ହରାଇଥିଲେ । ତେବେ ଆଜି ସକାଳୁ ବିଧାୟିକାଙ୍କ ଗାଡ଼ିଟି ଦ୍ରୁତ ଗତିରେ ରିଙ୍ଗ ରୋଡରେ ଯାଉଥିବା ବେଳେ ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଯାଇଥିଲା। । ଫଳରେ ଗୁରୁତର ହୋଇ ପଡ଼ିଥିବା ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗମ୍ଭୀର ରୂପେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବିଧାୟିକାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ବିଆର୍‌ଏସ୍‌ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ତାଙ୍କ । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଟୁଇଟ୍‌ କରି କହିଛନ୍ତି, ବିଧାୟିକା ଲସ୍ୟା ନନ୍ଦିତାଙ୍କ ଅକାଳ ମୃତ୍ୟୁରେ ମୁଁ ଗଭୀର ଚକିତ ହୋଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ନନ୍ଦିତା ଆଉ ନାହାଁନ୍ତି। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା, ମୁଁ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଛି।

author

Related Articles

Leave a Reply

Your email address will not be published. Required fields are marked *