ଆଗକୁ ଆହୁରି କଲବଲ କରିବ ତାତି

ଆଗକୁ ଆହୁରି କଲବଲ କରିବ ତାତି

ଆହୁରି ବଢିବ ତାତି । ଆଗକୁ ଆଉ ୩ ଡିଗ୍ରୀ ଦିନ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ଏନେଇ ଆକଳନ କରିଛି ଆଂଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଏବଂ ଉପକୂଳ ଓ ଉତ୍ତର ଓଡିଶାର ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ଛୁଇଁବ । ଅନ୍ୟପଟେ ୨୪ ଘଂଟାରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ହାଲୁକା ବର୍ଷା ସାଙ୍ଗକୁ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *