ଆଗକୁ ବଢିବ ତାପମାତ୍ରା…

ଆଗକୁ ବଢିବ ତାପମାତ୍ରା…

ରାଜ୍ୟରେ ଏବେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଅସହ୍ୟ ଗୁଳୁଗୁଳି ଓ ତାତିରେ ସିଝୁଥିଲା ଓଡିଶା । ବାତ୍ୟାର ପ୍ରଭାବରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଦେଖାଦେଇଥିଲା । କିନ୍ତୁ ଆସନ୍ତାକାଲିଠାରୁ ପାରଦ ବଢିବ । ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ଵିଶେଷ ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ଆସନ୍ତାକାଲି ଠାରୁ ୨-୩ ଡିଗ୍ରୀ ତାପମାତ୍ରା ବଢିବ । ଆଗାମୀ ପାଞ୍ଚଦିନ ପର୍ୟ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *