ଆଗାମୀ ନିର୍ବାଚନରେ କାହାକୁ ମିଳିବ ମାହାଙ୍ଗା ଟିକେଟ୍ ?

ଆଗାମୀ ନିର୍ବାଚନରେ କାହାକୁ ମିଳିବ ମାହାଙ୍ଗା ଟିକେଟ୍ ?

ଦିନ ଥିଲା ରାଜ୍ୟ ସରକାର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ମୁଣ୍ଡ ଉପରେ ବସାଇଥିଲେ ଯାହା ଦ୍ୱାରା କି ଇନ୍ଦ୍ର ଚନ୍ଦ୍ର ମାନୁ ନଥିଲେ ପ୍ରତାପ । ଗୋଟିଏ ପରେ ଗୋଟିଏ ଅନ୍ୟାୟ,ଅତ୍ୟାଚାର ଦୁର୍ନୀତି କରିଚାଲୁଥିଲେ । ଆଉ ବର୍ତ୍ତମାନ ସେହି ଅନ୍ୟାୟର ଫଳ ଭୋଗୁଛନ୍ତି ।

ଆପଣମାନେ ତ ନିଶ୍ଚିତ ଜାଣିଥିବେ ଯେ ବିଜେଡି ନେତା ଦିଲ୍ଲୀପ ରାୟ ହିଁ ପ୍ରତାପଙ୍କୁ ଟିକେଟ ଦେଇ ବିଜେଡିରେ ସାମିଲ କରାଇଥିଲେ । ହେଲେ ପ୍ରତାପ ବିଜେଡିରେ ସାମିଲ ହେବା ପରେ ସେ ଦିଲ୍ଲୀପଙ୍କୁ ଦଳରୁ ବାହାର କରିଦେଇଥିଲେ । ହେଲେ ଏବେ ସମାନ ଦଶା ଭୋଗୁଛନ୍ତି ପ୍ରତାପ ଜେନା । ମାହାଙ୍ଗା ବିଧାୟକଙ୍କ ନାଁ ରେ ଲାଗିଛି ଦଫା 302 । ମାହାଙ୍ଗର 5ରୁ 7ଟି ମର୍ଡର କେସରେ ସଂପୃକ୍ତ  ରହିଥିବା ଅଭିଯୋଗ ରହିଛି ପ୍ରତାପଙ୍କ ନାଁରେ  । ପ୍ରଥମେ ମନ୍ତ୍ରୀ ପଦ ଆଉ ଏବେ ବିଧାୟକ ପଦ ।

ଏକଦା ବିଜେଡିର ସର୍ବେସର୍ବା ସାଜିଥିଲେ ପ୍ରତାପ ମୁଖ୍ୟମନ୍ତ୍ରୀଙ୍କ ହାତ ସବୁବେଳେ ତାଙ୍କ ଉପରେ ରହିଥିଲା ହେଲେ ଏବେ ଆଉ ନାହିଁ । ପ୍ରତାପଙ୍କୁ ମୁଣ୍ଡ ଉପରେ ବସାଇଥିବା ସରକାର ଏବେ ମାହାଙ୍ଗାରେ ଅନ୍ୟ ଜଣଙ୍କୁ ଟିକେଟ ଦେବା ପାଇଁ ଚାଲ ଚଳାଇଛନ୍ତି । ଶୁଣାଯାଉଛି ଶରତ କରଙ୍କ ପୁଅ ଶୋଭନ କରଙ୍କୁ ବିଜେଡି ମାହାଙ୍ଗାର ଚିକେଟ ଦେବାକୁ ଯୋଜନା କରୁଛି ।

ତେବେ ବର୍ତ୍ତମାନ ପ୍ରଶ୍ନ ଆଗାମୀ ନିର୍ବାଚନରେ କାହାକୁ ମିଳିବ ମାହାଙ୍ଗାର ଟିକେଟ ? ସତରେ କଣ ପ୍ରତାପଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯିବ କି ?

author

Related Articles

Leave a Reply

Your email address will not be published. Required fields are marked *