ଆଗାମୀ ୪ ଦିନ କାଳବୈଶାଖୀ ସମ୍ଭାବନା

ଆଗାମୀ ୪ ଦିନ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରାରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ତ୍ରାହି ମିଳିଛି । ଆହୁରି ୪ ଦିନ ଯାଏଁ ଏଭଳି ପାଗ ଜାରି ରହିବ ବୋଲି ସୂଚନା ମିଳିଛି । ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟରେ ଝଡବର୍ଷାର ସମ୍ଭାବନା ମଧ୍ୟ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଝଡ଼ ବର୍ଷା ନେଇ ୭ ଜିଲ୍ଲା ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *