ଆଗାମୀ ୫ ଦିନ ଯାଏ ଜାରି ରହିବ ବର୍ଷା

ଆଗାମୀ ୫ ଦିନ ଯାଏ ଜାରି ରହିବ ବର୍ଷା

ରାଜ୍ୟରେ ଜାରି ରହିଛି ବର୍ଷା ପାଗ । ସକାଳେ ଖରା ହେଲେ ସନ୍ଧ୍ୟାରେ ଅସ୍ତବ୍ୟସ୍ତ କରୁଛି ବର୍ଷା । ଆଉ ଏହିଭଳି ସ୍ଥିତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ ୫ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି । କିନ୍ତୁ କାଲିଠାରୁ ବର୍ଷାର ପରିମାଣ କମିବ ଏବଂ ଉପକୂଳରେ ଘଡଘଡି , ବିଜୁଳି ସହ ବର୍ଷା ହେବ । ସେହିପରି ୧୧ ତାରିଖ ପରଠାରୁ ପୁଣି ବର୍ଷାର ପରିମାଣ ବଢିବ ବୋଲି ସୂଚନା ରହିଛି । ତେବେ ରଥଯାତ୍ରା ଚାଲିଥିବା ବେଳେ ପୁରୀରେ ଆଜି ଆକାଶ ମେଘାଚ୍ଛନ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ତେବେ ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ କେନ୍ଦୁଝର ୧୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୋଟ ଉପରେ ଜୁନ ୧ ରୁ ଆଜି ସୁଦ୍ଧା ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଚି । ବର୍ତ୍ତମାନ ସୁଦ୍ଧା ୨୮୫.୮ ମୀମୀ ବର୍ଷା ହେବା କଥା ମାତ୍ର ହେଇଚି ୨୧୦.୬ମିମୀ । ଯାହା ସ୍ୱାଭାବିକ ତୁଳନାରେ ୨୬ ପ୍ରତିଶତ କମ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *