ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ । ନିର୍ବାଚନ ପୂର୍ବରୁ ଏଭଳି କିଛି ଘୋଷଣା କରିଛି ବିଜେପି । ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ରରେ ଉଲ୍ଲେଖ କରିଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂକଳ୍ପ ପତ୍ର ଉନ୍ମୋଚନ କରିଥିଲେ । ଯେଉଁଥିରେ ଦେଶର ମହିଳା, ଗରିବ ଲୋକ , ଯୁବଗୋଷ୍ଠୀ ଏବଂ କୃଷକଙ୍କ ବିକାଶ ଉପରେ ଗୁରୁତ୍ୱରୋପ କରାଯାଇଛି । ତେବେ ଏହି ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ କରାଯିବ । ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯିବ । ଗରିବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ । ମାଗଣା ବିଜୁଳି ମିଳିବ । ଏବଂ ବିଜୁଳି ଦ୍ୱାରା କର୍ମ ମଧ୍ୟ ଯୋଗାଇ ଦିଆଯିବ । ଏହା ମୋଦି ଆହୁରି ଘୋଷଣା କରିଛନ୍ତି ଯେ, ପ୍ରତିଘରକୁ ଶସ୍ତା ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ । ଏବଂ ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଘୋଷଣା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *