ଆଗୁଆ ପ୍ରାର୍ଥୀ ଘୋଷଣା କଲେ ପ୍ରତାପ ଜେନା

ଆଗୁଆ ପ୍ରାର୍ଥୀ ଘୋଷଣା କଲେ ପ୍ରତାପ ଜେନା

ନିର୍ବାଚନ ତାରିଖ ଘୋଷଣା ହେବାକୁ ଅଳ୍ପଦିନ ରହିଥିବା ବେଳେ ମହାଙ୍ଗା ବିଧାୟକଙ୍କ ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଜେପି ଓ ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ନ କମିବା ଭିତରେ ମେଣ୍ଟ ହେଲେ କେଉଁ ଦଳକୁ କେଉଁ ଆସନ ମିଳିବ ତାହାକୁ ନେଇ ଅଙ୍କ କଶା ଚାଲିଛି। ଏପରି ସମୟରେ ମହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବୟାନ ଚର୍ଚ୍ଚା ବଢ଼ାଇଛି । ସାଲେପୁର ବିଧାନସଭା ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ । ପ୍ରଶାନ୍ତ ବେହେରାଙ୍କୁ ସାଲେପୁର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ପ୍ରତାପ ଜେନା । ଆଗାମୀ ନିର୍ବାଚନର ପ୍ରଶାନ୍ତ ଦଳ ପକ୍ଷରୁ ଲଢ଼ିବେ ଓ ନିଶ୍ଚିତ ଜିତିବେ ବୋଲି ପ୍ରତାପ ଦୃଢ଼ୋକ୍ତି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *