ଆଗ୍ରେସିଭ ମୋଡରେ ବିଜେଡି ନେତା ମନ୍ମଥ ରାଉତରାୟ

ଆଗ୍ରେସିଭ ମୋଡରେ ବିଜେଡି ନେତା ମନ୍ମଥ ରାଉତରାୟ

ନିର୍ବାଚନ ସମୟରେ ଚର୍ଚ୍ଚାରେ ରହିଥିବା ଅନେକ ଚେହେରା ମଧ୍ୟରୁ ଗୋଟିଏ ଚେହେରା ହେଉଛନ୍ତି ମନ୍ମଥ ରାଉତରାୟ । ଯେବେଠାରୁ ମନ୍ମଥ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ସ୍ପଷ୍ଟ ହେଲା ସେବେଠାରୁ ସେ ବିଜେଡି ନା ବିଜେପି କୁଆଡେ ଯିବେ ତାକୁ ନେଇ ନାନା ଆଲୋଚନା ଚାଲିଲା । ଏବଂ ଶେଷରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଧରିଥିଲେ । ଏପରିକି ବିଜେଡିରେ ସାମିଲ ହେବାର କିଛି ସମୟ ପରେ ଭୁବନେଶ୍ୱର ସାଂସଦ ପଦ ପାଇଁ ଟିକେଟ ପାଇଲେ । ଯାହା ପରେ ଭୁବନେଶ୍ୱରରେ ଚଳିତ ଥର କଡା ଟକ୍କର ହେବ ବୋଲି ଆଶଙ୍କା ବଢିଲା । ଏବଂ ଟକ୍କର ମଧ୍ୟ ବରାବର ହେଲା । କିନ୍ତୁ ୩୫ ହଜାର ଭୋଟରେ ମନ୍ମଥ ପରାଜିତ ହୋଇଗଲେ । ଆଉ ହାରିବା ପରେ ତାଙ୍କ କ୍ୟାରିୟରକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେ ପୁଣି ନିଜ କ୍ୟାପଟେନ ଚାକିରୀକୁ ଫେରିଯିବେ ନା ଅନ୍ୟ କିଛି ପନ୍ଥା ଆପଣେଇବେ ତାହା ଚର୍ଚ୍ଚାର କାରଣ ପାଲଟିଥିଲା । କିନ୍ତୁ ବିଜେଡି ହାରିବା ପରେ ବି ଲୋକଙ୍କ ପସନ୍ଦ ହୋଇରହିଥିବାରୁ ଏବେ ପୁଣି ମନ୍ମଥ ନିର୍ବାଚନ ସମୟରେ ଯେଉଁ ରଣହୁଙ୍କାର ଦେଉଥିଲେ ନିର୍ବାଚନ ପରେ ସମାନ ରୂପରେ ଥିବା ଦେଖିବାକୁ ମିଳିଛି । ଆଉ ପ୍ରେସମିଟ କିମ୍ବା ଗଣମାଧ୍ୟମ ସାମ୍ନାରେ ନୁହେଁ ବରଂ ସିଧାସଳଖ ରାଜରାସ୍ତାକୁ ଓହ୍ଲାଇ ବିଜେପିକୁ ଚ୍ୟାଲେଞ୍ଜ ଦେଉଛନ୍ତି । ଯାହାକୁ ସାଧାରଣରେ ଖୁବ ପସନ୍ଦ ମଧ୍ୟ କରାଯାଉଛି । କାହିଁକି ନା ନିର୍ବାଚନରେ ହାରିବା ପରେ ଅନେକ ନେତା ଚୁପ ହୋଇ ବସିଛନ୍ତି । କିନ୍ତୁ ମନ୍ମଥ ନିଜ ହାରକୁ ସ୍ୱୀକାର କରିବା ସହ ଏବେ ବିରୋଧୀଙ୍କ ଭୂମିକା କଣ ତାହା ସଠିକ ରୂପେ ଦର୍ଶାଉଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ଆଗ୍ରେସିଭ ମୋଡରେ ରହିଛି । ସରକାରରୁ ହଟିବା ପରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘାଇଲା କରୁଛନ୍ତିା ଏବଂ ବିଜେଡି ନିଜ ଭୂମିକା ଠିକସେ ଲିଭାଉଥିବା ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ବିରୋଧୀଙ୍କ ଏଭଳି ରଣହୁଙ୍କାର ଶାସକ ଦଳକୁ କେତେ ପ୍ରଭାବିତ କରୁଛି ଏବଂ ମନ୍ମଥଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *