ଆଜିଠାରୁ ରାମଲାଲାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆଜିଠାରୁ ରାମଲାଲାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମୂର୍ଣ୍ଣ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଜିଠାରୁ ଆରମ୍ଭ ହୋଇଯିବ ସାଧାରଣ ଦର୍ଶନ । ଅଯୋଧ୍ୟାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜି ଟାରୁ ଭକ୍ତମାନେ ତାଙ୍କର ରାମଲାଲଙ୍କୁ ସ୍ୱଚକ୍ଷୁରେ ଦେଖିପାରିବେ । ପ୍ରତିଦିନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ରାମଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ସାଢେ 6ଟା ଓ ସନ୍ଧ୍ୟା ସାଢେ 7ଟାରେ ରାମଲାଲାଙ୍କ ଆଳତି କରାଯିବ । ଏବଂ ନୀତିକାନ୍ତି ପାଇଁ ସାଢେ 11ଟାରୁ ଅପରାହ୍ନ 2ଟା ଯାଏଁ ଦର୍ଶନ ବ୍ୟବସ୍ଥା କରାଯିବ । ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ୧୫ରୁ ୨୦ ସେକେଣ୍ଡ ସମୟ ମିଳିବ। ଗତ ସପ୍ତାହରେ ରାମଲଲାଙ୍କ ନୂତନ ପ୍ରତିମା ମନ୍ଦିର ଗର୍ଭଗୃହରେ ସ୍ଥାପନା କରାଯାଇଥିଲା। ନବ ନିର୍ମିତ ରାମଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଅତ୍ୟନ୍ତ ମନଲୋଭ ହୋଇଛି ପ୍ରଭୁଙ୍କ ଏହି ବାଲ୍ୟ ରୂପ। 

author

Related Articles

Leave a Reply

Your email address will not be published. Required fields are marked *